*ବରଗଡ଼ ଜିଲ୍ଲା ଯୁବ ରେଡକ୍ରସ ତରଫରୁ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ଅବସରରେ ସାମାଜିକ ସେବା ଶିବିର*

ବରଗଡ଼:୨୭/୧୨(ପବିତ୍ର ମେହେର)ବରଗଡ଼ ଜିଲ୍ଲା ଯୁବ ରେଡକ୍ରସ ତରଫରୁ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ଅବସରରେ ସାମାଜିକ ସେବା ଶିବିର ଜିଲ୍ଲା ରେଡକ୍ରସ ସଂଯୋଜକ ଶ୍ରୀଯୁକ୍ତ ପରମାନନ୍ଦ ରଥଙ୍କ ପରିଚାଳନା ସଭାର ଉଦଘାଟନୀ ଉସ୍ତବରେ ଜିଲ୍ଲା ରେଡକ୍ରସ୍ ଆବାହକ ସମୀର ସେଟ୍, ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ରିନା ଚକ୍ରବର୍ତ୍ତୀ ସମ୍ମାନିତ ଅତିଥି ଭାବେ ପାର୍ବତୀ ଗିରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ ରଞ୍ଜିତା ନାୟକ,ଅତାବିରା ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶ୍ଵିନୀ କୁମାର ପଧାନ,ଅନ୍ଧମୁକ ବଧିର ସ୍କୁଲର ଶିକ୍ଷକ କିଶୋର ବାରିକ ମହିଳା ମହାବିଦ୍ୟାଳୟର କାଉନସିଲର ତୁଷାରକାନ୍ତି ତ୍ରୀପାଠୀ ଯୋଗ ଦେଇଥିବା ବେଳେ ଦ୍ବିତୀୟ ଦିନରେ ବରଗଡ଼ RTO ସବୁଆ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ।

ସମ୍ମାନିତ ଅତିଥି ଭାବେ ସୋହେଲା ସ୍ନାତକ ମହବିଦ୍ୟାଳୟର ଅଧ୍ୟାପକ ପ୍ରତାପ ଚନ୍ଦ୍ର ମିଶ୍ର ଯୋଗଦେଇ ପ୍ରାଥମିକ ସହାୟତା ଉପରେ ସ୍ୱେଚ୍ଛା ସେବୀମାନଙ୍କୁ ତାଲିମ୍ ପ୍ରଦାନ କରିଥିଲେ। କଂସ ମହାରାଜଙ୍କ ରଙ୍ଗ ମହଳକୁ ସଫେଇ କରିଥିଲେ।ସନ୍ଧ୍ୟା ସମୟରେ ସ୍ବେଚ୍ଛାସେବୀ ମାନେ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ବସି ପାଣି ବଣ୍ଟନ ପ୍ରାଥମିକ ସହାୟତା ପ୍ରଦାନ କରିଥିଲେ।ଏହି ମହୋତ୍ସବରେ ଜିଲ୍ଲାର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସ୍ନାତକ ମହାବିଦ୍ୟାଳୟର ସ୍ୱେଚ୍ଛା ସେବୀ ମାନେ ଯୋଗ ଦେଇ ଜନସାଧାରଣଙ୍କୁ ସ୍ୱଚ୍ଛତା ରହିବା ଓ ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ଅନେକ ଦିଗଦର୍ଶନ ଦେଇଥିଲେ। ଆଗାମୀ ମହୋସ୍ତବ ୩୧ତାରିଖ ପର୍ଯ୍ୟନ୍ତ ମଥୁରା ନଗରୀ ଓ ଗୋପପୁର ସ୍ୱଚ୍ଛ ରଖିବା ପାଇଁ ପତିଜ୍ଞା କରିଥିଲେ।ପରେ ପରେ ଜିଲ୍ଲା ସଂଯୋଜକ ଧନ୍ୟବାଦ୍ ଅର୍ପଣ କରିଥିଲେ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-13-scaled.jpg)

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"327443888049211","type":"ugc"},{"id":"436820509039211","type":"ugc"}]}}](https://www.jagratbharatnews.in/wp-content/uploads/2026/05/Picsart_26-05-27_06-10-24-126.jpg)
