ନିଶାସକ୍ତ ଜ୍ୱାଇଁ ର ଉନ୍ମତ କାଣ୍ଡ : ଜ୍ବାଇଁର ଟାଙ୍ଗିଆ ଚୋଟରେ ବୃଦ୍ଧା ଶାଶୁଙ୍କ ମୃତ୍ୟୁ

ବାଲିଗୁଡ଼ା:(ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୁଆଗାଁ ଥାନା ସିର୍ତ୍ତିଗୁଡ଼ା ଗାଁ ରେ ଘଟିଛି ଏକ ଅଭାବନୀୟ ଘଟଣା। ପାରିବାରିକ କଳହକୁ ନେଇ ନିଶାସକ୍ତ ଜ୍ବାଇଁ ଉନ୍ମୁକ୍ତ କାଣ୍ଡ ଘଟାଇଛି। ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ କରି ବୃଦ୍ଧା ଶାଶୁଙ୍କୁ ଲହୁଲୁହାଣ କରିବା ଫଳରେ ବୃଦ୍ଧା ଶାଶୁର ମୃତ୍ୟୁ ଘଟିଛି । ଗୁରୁତର ଅବସ୍ଥାରେ ପରିବାର ଲୋକେ ବୃଦ୍ଧାଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି । କିନ୍ତୁ ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି l ସୂଚନା ପ୍ରକାରେ ସିର୍ତ୍ତିଗୁଡ଼ା ଗ୍ରାମର ପେଟି ମଳିକଙ୍କ ଜ୍ବାଇଁ ସୁରତ ପ୍ରଧାନ ସବୁବେଳେ ନିଶାସକ୍ତ ହୋଇ ପରିବାରରେ ଝଗଡ଼ା କରେ । ଶନିବାର ସକାଳେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା । ସ୍ତ୍ରୀ ସହ ବଚଶାରୁ ସୁରତ ଉତ୍ୟକ୍ତ ହୋଇ ସ୍ତ୍ରୀ କୁ ଏକ ଟାଙ୍ଗିଆରେ ଆକ୍ରମଣ କରିବା ବେଳେ ସୁରତଙ୍କ ବୃଦ୍ଧା ଶାଶୁ ପେଟି ମଳିକ ଛଡ଼ାଇବାକୁ ଯାଇଥିବା ବେଳେ ସୁରତ ବୃଦ୍ଧା ଶାଶୁଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା । ଫଳରେ ବୃଦ୍ଧା ଜଣକ ଗୁରୁତର ଆହତ ହୋଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡ଼ିଯାଇଥିଲେ ।ପରିବାର ଲୋକେ ସଙ୍ଗେ ସଙ୍ଗେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ କୁ ନେଇ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ହେବାରୁ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟ ସ୍ଥାନାନ୍ତରିତ କରିଥିଲେ l ସେପଟେ ଆକ୍ରମଣ କାରୀ ଘଟଣାସ୍ଥଳରୁ ଫେରାର ସୋଇଯାଇଥିବା ବେଳେ ପରିବାର ପକ୍ଷରୁ ଏନେଇ ବର୍ତ୍ତମାନ ସୁଦ୍ଧା ଥାନାରେ କୌଣସି ଅଭିଯୋଗ କରିନଥିବା ଜଣାପଡ଼ିଛି ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"327443888049211","type":"ugc"},{"id":"436820509039211","type":"ugc"}]}}](https://www.jagratbharatnews.in/wp-content/uploads/2026/05/Picsart_26-05-27_06-10-24-126.jpg)


