କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସାଂସଦ, ସମ୍ବଲପୁର ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କଏକ ଦିନିକିଆ ଅନୁଗୋଳ ଜିଲ୍ଲା ଗସ୍ତ

ଅନୁଗୋଳ, ୨୮.୧୨ : ଆଜି ଅନୁଗୋଳ ମ୍ୟୁନିସିପାଲଟି ତଥା ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସାଂସଦ, ସମ୍ୱଲପୁର ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ମ୍ୟୁନିସପାଲିଟି ଛକଠାରେ ଆୟୋଜିତ ‘ସ୍ବଚ୍ଛ, ସୁନ୍ଦର ଓ ସବୁଜ ଅନୁଗୋଳ’ କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ବଚ୍ଛତା ଆମର ପ୍ରଥମ ଦାୟିତ୍ବ ବୋଲି କହିଥିଲେ । ଅନୁଗୋଳ ପୌରପରିଷଦ ଅଞ୍ଚଳରେ ବିଦ୍ୟୁତ,

ପରିମଳ, ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ଓ ମହିଳା ଓ ଶିଶୁ କଲ୍ୟାଣ ସମେତ ବିଭିନ୍ନ କ୍ଷେତ୍ରରେ ପ୍ରାୟ ୬୩ କୋଟି ଟଙ୍କାର ୩୬ଟି ଗୁରୁତ୍ବପୂର୍ଣ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।ଡିଏମଏପ ପାଣ୍ଠିରୁ ବିନିଯୋଗ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକ ସ୍ଥାନୀୟ ଅଞ୍ଚଳର ଭିଭିଭୂମିକୁ ସୁଦୃଢ଼ କରିବା ସହ ଜନସାଧାରଣଙ୍କ ଜୀବନଶୈଳୀରେ ବ୍ୟାପକ ସୁଧାର ଆଣିବ ବୋଲି ଆଶାବ୍ୟକ୍ତ କରିଛନ୍ତି Iଏହାପରେ ସହରକୁ ସ୍ବଚ୍ଛ ଓ ନିର୍ମଳ ରଖିବାରେ ବିଶେଷ ଭୂମିକା ଲିଭେଇଥିବା ସଫେଇ କର୍ମଚାରୀଙ୍କୁ ମୋବାଇଲ୍ ଫୋନ୍ ବିତରଣ କରିଥିଲେ ।

ସଫେଇ କାର୍ଯ୍ୟକ୍ରମ ଶେଷରେ ସେ ବାଜପେୟୀ ଅଙ୍ଗନୱାଡ଼ି କେନ୍ଦ୍ରରେ ପଢୁଥିବା ପିଲାମାନଙ୍କ ଗହଣରେ କିଛି ସମୟ ଅତିବାହିତ କରିବା ସହ ଫଳ ବଣ୍ଟନ କରିଥିଲେ। ଅନୁଗୋଳର ଶେଷ ସ୍ବାଧୀନ ରାଜା ସୋମନାଥ ସିଂହ ଜଗଦ୍ଦେବଙ୍କ ପ୍ରତିମୂର୍ତ୍ତି ଏବଂ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାଣି, ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ମାନ୍ୟବର

ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ମାନ୍ୟବର ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି, ଜିଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ ଅଖତର, ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ଶ୍ରୀ ସତ୍ୟବ୍ରତ ଭୋଇ, ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଳ ଜୈନ, ଅନୁଗୋଳ ପୌରପାଳିକାର ଅଧ୍ଯକ୍ଷ ଶ୍ରୀ ଅକ୍ଷୟ କୁମାର ସାମନ୍ତ, ଅନୁଗୋଳ ପୌରପାଳିକାର ନିର୍ବାହୀ ଅଧିକାରୀ ଶ୍ରୀ ସତ୍ୟ ପ୍ରକାଶ ତ୍ରୀପାଠୀ, ମ୍ୟୁନିସପାଲିଟି କାଉନସିଲରଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ପରେ ପରେ ସ୍ଥାନୀୟ ସଭାଗୃହ ଠାରେ ଆୟୋଜିତ ଅଖିଳ ଭାରତୀୟ ଶୈଖିକ ମହାସଂଘ, (ବିଦ୍ୟାଳୟ ଶିକ୍ଷା) ଓଡ଼ିଶା ପ୍ରାନ୍ତର ବାର୍ଷିକ ରାଜ୍ୟ ସମ୍ମିଳନୀରେ ଯୋଗ ଦେଇ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଗଠନ ପାଇଁ ଯୁବପିଢ଼ି ଯଦି ଇଞ୍ଜିନ ହୁଅନ୍ତି, ତେବେ ଶିକ୍ଷକ ସମାଜ ହେଉଛନ୍ତି ସେମାନଙ୍କର ପ୍ରକୃତ ଦିଗଦର୍ଶକ ବୋଲି କହିଥିଲେ। ଏହାପରେ ଅନୁଗୋଳ ଜିଲ୍ଲା ବାମୁର ଠାରେ ଆୟୋ ଆୟୋଜିତ ‘ରାଜ୍ୟସ୍ତରୀୟ ଚଷା ମହାସମାବେଶ’ରେ ଯୋଗ ଦେଇଥିଲେ।




