ଜାଭିୟର ଇଣ୍ଟରନ୍ୟାସନାଲ ସ୍କୁଲର ବାର୍ଷିକୋତ୍ସବ ୨୦୨୫ _ ଦର୍ପଣ ଅନୁଷ୍ଠିତ

ଯାଜପୁର ___ ବିଞ୍ଝାରପୁର ର ସିଂହପୁର ନିକଟସ୍ଥ ଗୋବିନ୍ଦପୁର ଅନ୍ତର୍ଗତ ନିଆଳ ଠାରେ ଅବସ୍ଥିତ ଜାଭିୟର ଇଣ୍ଟରନ୍ୟାସନାଲ ସ୍କୁଲର ବାର୍ଷିକୋତ୍ସବ ୨୦୨୫_ଦପଣ ମହାସମାରୋହରେ ପାଳିତ ହୋଇଯାଇଛି। ସ୍କୁଲର ଅଧ୍ୟକ୍ଷା ମାନସୀ ସାହୁଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି ସଭାରେ ଅତିଥି ଭାବେ ଯୋଗ ଦେଇଥିଲେ ସେମାନେ ହେଲେ ସୁଧାକର ସାହୁ, ଅତିରିକ୍ତ ଏସପି, ପବିତ୍ର ମୋହନ ବାରିକ , ଜିଲ୍ଲା ଶିକ୍ଷା ଅଧିକାରୀ, ମୁଖ୍ୟ ବକ୍ତା, କୃଷ୍ଣଚନ୍ଦ୍ର ପଣ୍ଡା, ଚେୟାରମ୍ୟାନ, ଭାଗ୍ୟବତୀ ପଣ୍ଡା, ଚେୟାରମ୍ୟାନ, ଜୟଶ୍ରୀ ପଣ୍ଡା, ଡାଇରେକ୍ଟର, ବୈଦ୍ୟନାଥ ମହାନ୍ତି, ଅକ୍ଷୟ କୁମାର ପଣ୍ଡା vice principal ପ୍ରମୁଖ ଯୋଗଦେଇ ଶିଶୁଙ୍କ ଭବିଷ୍ୟତ ଗଢିବାରେ ଅବିଭାବ, ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଯନ୍ତ୍ରବାନ ହେବା ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ।ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୁତ କରାଯାଇଥିଲା।

ଏବଂ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ମହେଶ୍ୱର ନନ୍ଦ, ସାମ୍ବାଦିକ ପ୍ରମୋଦ ମଲ୍ଲିକ ଏବଂ ଆଧ୍ୟାତ୍ମିକ ବ୍ୟାକ୍ତି ତଥା ସମାଜସେବୀ ନିଳାଦ୍ରୀ ଭୁଷଣ ମହାପାତ୍ର ସମେତ ଅନନ୍ୟା ମାନଙ୍କୁ। ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମ କୁ ସ୍କୁଲର ସମସ୍ତ କର୍ମଚାରୀ ଓ ଶିକ୍ଷକ ତଥା ଶିକ୍ଷୟିତ୍ରୀ ଓ ପରିଚାଳନା କମିଟିର ସଦସ୍ୟ ମାନେ ସହଯୋଗ କରିଥିଲେ।




