ଆମ୍ବୁଲାନ୍ସ ଲୋକାର୍ପଣ ଉତ୍ସବ
ଆଜି ତା -୩୦.୧୨.୨୦୨୫ ରିଖ ମଙ୍ଗଳ ବାର ଦିବା ୧୦ ଘଟିକା ସମୟରେ “ପ୍ରିୟ” ସ୍ବେଚ୍ଛାସେବୀ ସଂଗଠନ ଠାରେ ଦୁର୍ଗମ ଅପହଞ୍ଚ ଅଞ୍ଚଳରେ ମାନସିକ ଅନଗ୍ରସର, ମସ୍ତିସ୍କ ପକ୍ଷାଘାତ ଓ ଅଟିଜିମ୍ ଶିଶୁମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ନିମନ୍ତେ ନବ ଲିମିଟେଡ୍ , ଖଡଗପ୍ରସାଦ ସହାୟତା ରେ ଭ୍ରାମ୍ୟବାଣ ଚିକିତ୍ସା ଭ୍ୟାନ୍ ନବ ର HR ବିଜୟ କୁମାର ସାହୁ ଙ୍କ ଦ୍ଵାରା ଲୋକାର୍ପଣ କରାଯାଇଥିଲା। ଉକ୍ତ ଭ୍ୟାନ ଟି ୧୬୮ ଜଣ ଦିବ୍ୟାଙ୍ଗ ଶିଶୁମାନଙ୍କୁ ଭୌତିକ ଚିକିତ୍ସା, ଔଷଧ, ପୁଷ୍ଟିକର ଖାଦ୍ୟ ବଣ୍ଟନ ପାଇଁ ଉଦ୍ଦିଷ୍ଟ। “ନବ” ର CSR ସଂଯୋଜକ ଅସିତ୍ କୁମାର ବିଶୋଇ ଦିବ୍ୟାଙ୍ଗ ଶିଶୁମାନଙ୍କୁ ଔଷଧ, ବିସ୍କୁଟ ଓ କମ୍ବଳ ବଣ୍ଟନ କରିଥିଲେ। “ପ୍ରିୟ” ର ଅଧକ୍ଷ ରତ୍ନାକର ପ୍ରଧାନ , ନିର୍ଦେଶକ ଟଙ୍କଧର ବାରିକ , physiotherapist ନିବେଦିତା ନାୟକ, ସାହିଲ ଆଫ୍ରିଡ, ସତ୍ୟପ୍ରକାଶ ନାୟକ ଓ “ପ୍ରିୟ” ର ସମସ୍ତ କର୍ମକର୍ତ୍ତା ଇଲନ ପ୍ରଭା ସେନାପତି, ବର୍ଷା ରାଣୀ ପ୍ରଧାନ,ସୋନାଲି ଧଳ, ଅନ୍ନପୂର୍ଣ୍ଣା ଧଳ, କୁସୁମିତା ବାଗ, ସ୍ୱାଗତିକା ରାଉତ, ସୌଭାଗ୍ୟଲକ୍ଷ୍ମୀ ତରାଇ, ବୈକୁଣ୍ଠନାଥ ପାତ୍ର, ରବୀନ୍ଦ୍ର କୁମାର ସାମଲ, ପର୍ଶୁରାମ ଦାସ,ପ୍ରକାଶ ସାମଲ ପ୍ରମୁଖ ପରିଚାଳନା କରିଥିଲେ।



