ପାର୍କ ଏକ୍ସପ୍ରେସ 100% ନିରାମିଷ ଖାଦ୍ୟ ଷ୍ଟଲ ଉଦଘାଟିତ
ପାର୍କ ଏକ୍ସପ୍ରେସ ଉଦଘାଟିତ

କଟକ, ୧।୧: ମର୍କତ ନଗର ସେକ୍ଟର ୧୨ ରେ ଥିବା ବିଜୁ ପଟ୍ଟନାୟକ ପାର୍କ ସମ୍ମୁଖରେ ଅତ୍ୟାଧୁନିକ ରେଷ୍ଟୁରାଣ୍ଟ ପାର୍କ ଏକ୍ସପ୍ରେସ ଇଂରାଜୀ ନୂଆ ବର୍ଷରେ ଉଦଘାଟିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ବିଜେପି ସମ୍ପାଦକ ସ୍ମୃତି ପଟ୍ଟନାୟକ ଏହି ରେଷ୍ଟୁରାଣ୍ଟ କୁ ଉଦ୍ଘାଟନ କରିଥିଲେ।

ଏହି ଅବସରରେ କଟକ ମାରୱାଡ଼ି ସମାଜର ପ୍ରେସିଡେଣ୍ଟ ଶ୍ରୀ ସଞ୍ଜୟ ଶର୍ମା, ବିଶିଷ୍ଟ ଉଦ୍ୟୋଗପତି, ସମାଜସେବୀ ତଥା ଏସଜିଟିଏଲ୍ ର ଏମତି ଶ୍ରୀ ଶଙ୍କର ଗୁପ୍ତା ଏବଂ ଓମ ପ୍ରକାଶ ଛାପୋଲିଆ ଏହି ଅବସରରେ ଉପସ୍ଥିତ ଥିଲେ। ପାର୍କ ଏକ୍ସପ୍ରେସ ୧୦୦% ଶାକାହାରୀ (ଭେଜ୍) ଓ କ୍ଲିକ ସର୍ଭିସ୍ ରେଷ୍ଟୁରାଣ୍ଟା ଜନସାଧାରଣ ଏଠାରେ ବହୁବିଧ ସାଉଥ୍ ଇଣ୍ଡିଆନ୍, ପଞ୍ଜାବୀ ଖାଦ୍ୟ, କୋଲକାତାର ଚାଟ୍ ଏବଂ ଅନ୍ୟ ବହୁ ପ୍ରକାର ସୁସ୍ବାଦୁ ଖାଦ୍ୟର ମଜା ନେଇପାରିବେ।

ରେଷ୍ଟୁରାଣ୍ଟର ମୁଖ୍ୟ ଅଶ୍ୱିନୀ ଅଗ୍ରୱାଲ ଉଦ୍ଘାଟନୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ଅଶୋକ ଅଗ୍ରୱାଲ ଧନ୍ୟବାଦ୍ ପ୍ରଦାନ କରିଥିଲେ କଟକ ସହର ଓ ସେହି ରାସ୍ତା ଦେଇ ଯାଉଥିବା ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର, ଛତିଶଗଡ ଆଦି ଅଞ୍ଚଳର ଲୋକଙ୍କ ମଧ୍ୟରେ ଆଦୃତ ହେଉଛି ବୋଲି ଅଶ୍ୱିନୀ ଅଗ୍ରୱାଲ ପ୍ରକାଶ କରିଥିଲେ ।







