ନିଆରା ଢଙ୍ଗରେ ନୁଆଁ ବର୍ଷକୁ ସ୍ଵାଗତ

ଭଟଲି(ଅଭିମନ୍ୟୁ ପଧାନ):- ବରଗଡ ଜିଲ୍ଲା ଭଟଲି ବ୍ଳକ ଅନ୍ତର୍ଗତ ଭଞ୍ଜେତୋରା ଗ୍ରାମରେ ନିଆରା ଢଙ୍ଗରେ ନୂଆଁ ବର୍ଷକୁ ସ୍ଵାଗତ କରିଥାନ୍ତି। ପ୍ରତ୍ୟକ ବର୍ଷ ଏହି ଦିନ ଧନୁ ପୂଜ। କରାଯାଏ । ଏ ବର୍ଷ ମଧ୍ୟ ଏହି ଦିନ ଧନୁ ପୂଜା ର ଶୁଭାରମ୍ଭ ସ୍ଥାନିୟ ବିଧାୟକ ଇରାଶିସ ଆଚାର୍ଯ୍ୟ ଙ୍କ କର କମଲରୁ ଧନୁ ପୂଜା ରିତି ନିତି ସହିତ ଆରମ୍ଭ କରାଯାଇଥିଲା ।

ପ୍ରତ୍ୟକ ବର୍ଷ ଡିସେମ୍ବର ମାସ ଏକ ତିରିଶ ତାରିଖ ଦିନ ଅଷ୍ଟ ପ୍ରହରୀ ନାମ ଜଜ୍ଞ ଆରମ୍ଭ ହୋଇଥାଏ ଏବଂ ଜାନୁୟାରୀ ଏକ ତାରିଖ ଦିନ ଶେଷ ହୋଇଥାଏ ।

ଏହି ଦିନ ହଜାର ହଜାର ଭକ୍ତ ଙ୍କ ସମାଗମ ଦେଖିବାକୁ ମିଳିଥାଏ । ନାମ ଜଜ୍ଞରେ କର୍ତ୍ତା ଭାବରେ ଗାଁ ର ଗଉନ୍ତିଆ ହଂସରାଜ ସାହୁ ଓ ତାଙ୍କ ଧର୍ମପତ୍ନୀ ଅଞ୍ଜଲି ସାହୁ କାର୍ଯ୍ୟ ତୁଲାଇ ଥିବା ବେଲେ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ଦାସ ପଣ୍ଡିତ ଭାବରେ ଯୋଗଦାନ କରିଥିଲେ । ଏହି ଯାତ୍ରା ର ଉଦ୍ୟକ୍ତ। ମଠର ମହନ୍ତ ବାସୁଦେବ ଦାସ ବାବା ଙ୍କ ଦ୍ୱାରା କୁସ୍ତି କସରତ ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

କୁସ୍ତି ଗୁରୁ ବାବା ଜନତା ଦୁଆନ ଙ୍କ ଦ୍ଵାରା ହୋଇଥିବା କୁସ୍ତି କାର୍ଯ୍ୟକ୍ରମ ରେ ଅଖଚକ, ସାଇକେଲ, ମୁଦଗର, ବାଡି ଖେଳ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ କୁ ହାସ୍ୟ ବ୍ୟାଙ୍କ କବି ବେବେନ୍ଦ୍ର ସାହୁ ସଂଯୋଜନା କରିଥିଲେ । ଲୋକମାନଙ୍କ ପାଇଁ ଅନ୍ନ ପ୍ରସାଦ ର ମଧ୍ୟ ବ୍ୟବସ୍ତା କରାଯାଇ ଥିଲା । ଲୋକେ କହନ୍ତି ୧୮୦୬ ମସିହାରେ ତାଳପତ୍ର ପୋଥୀ ହରିବଂଶ ପୁରାଣ ବସି କଂସ ପୁଡି ଆରମ୍ଭ କରା ହୋଇଥିଲା, ପରେ ପରେ ସୁରେନ୍ଦ୍ର ସାଏ ସ୍ବାଧୀନତା ସଙ୍ଗ୍ରାମ୍ ର ମିଟିଂ ରଖୁଥିଲେ ଏହି ଯାତ୍ରା ମାଧ୍ୟମରେ , ଧିରେଧିରେ ଧନୁଯାତ୍ରା ର ରୂପ ନେଲା ,କିଛି ଗ୍ରାମରେ ଏହି ଯାତ୍ରାକୁ ଆଗ୍ରହ କଲେ,ତାପରେ ଏହି ଭିଂଜେତୋରା ଗ୍ରାମକୁ ଆସିଥିଲେ ବରଗଡରୁ,ଦେଖି। ସେହି ବ୍ୟକ୍ତି ମାନେ ବରଗଡ଼ ରେ ମଧ୍ୟ ଆରମ୍ଭ କଲେ ଏହି ଧନୁଯାତ୍ରା,ତାପରେ ଭିଂଜେତୋରା ର ଧନୁଯାତ୍ରା ଧିମେଇ ଯାଇଥିଲା ସତ, କିନ୍ତୁ ଆଜି ଯାଏ ଧନୁ ପୂଜା ବନ୍ଦ ହୋଇନାହିଁ । ମୁଖ୍ୟ କଥା ହେଲା ନୁଆଁବର୍ଷ ରେ ସମସ୍ତେ ମନ ମାଂସ ରେ ଦିନଟି ବିତାଉ ଥିବାବେଲେ ଏ ସ୍ଥାନରେ ତାର ବ୍ୟତିକ୍ରମ ଘଟି ନିଆରା ଭାବରେ ନୂଆବର୍ଷ କୁ ସ୍ଵାଗତ କରିଥ।ନ୍ତି ଏହା ହେଉଛି ଏହି ଗାଁ ର ମୁଖ୍ୟ ଆକର୍ଷଣ ତେଣୁ ଭକ୍ତ ଭଗବାନ ଙ୍କ ମିଳନ ବୋଲି ସମସ୍ତେ କହନ୍ତି ।




