ଅସହାୟ ବନ୍ଧୁ ଫାଉଣ୍ଡେସନ ଅନୁଗୋଳର ନୂତନ କାର୍ଯ୍ୟାଳୟ ଉଦଘାଟନ

ବଅଁରପାଳ,୦୨/୦୧: ଅନୁଗୋଳ ଜିଲ୍ଲା ଅନ୍ତର୍ଗତ ବଳରାମ ପ୍ରସାଦ ସ୍କୁଲ ବଜାର ଛକ ଠାରେ ଅସହାୟ ବନ୍ଧୁ ଫାଉଣ୍ଡେସନ ଅନୁଗୋଳର ନୂତନ କାର୍ଯ୍ୟାଳୟର ଶୁଭ ଉଦଘାଟନ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ରୂପେ ଅନୁଗୋଳ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଅଜିତ କୁମାର ଧର,ସମ୍ମାନୀତ ଅତିଥି ରୂପେ ନାଲକୋ ଥାନା ଅଧିକାରୀ ସାମୁଲାଲ ଓରାମ, ବଅଁରପାଳ ଥାନା ଅଧିକାରୀ ଦୁଷ୍ମନ୍ତ କୁମାର ସିଂହ,ସମାଜ ସେବୀ ଅନିଲ ମହାନ୍ତି,ଶ୍ରମିକ ନେତା ତଥା ସମାଜ ସେବୀ ମୁନା ସାମଲ, ନୀଳମାଧବ ବେହେରା, ଶ୍ରୀ ଦୋଳଗୋବିନ୍ଦ ଜିଓ ଟ୍ରଷ୍ଟର ଟ୍ରଷ୍ଟି ଭରତ ଚନ୍ଦ୍ର ରାଉତ, ପୂର୍ବତନ ଶିକ୍ଷକ ଗଗନ ଅମାନ୍ତଙ୍କୁ ଫାଉଣ୍ଡେସନ କାର୍ଯ୍ୟକର୍ତ୍ତା ତଥା ସଦସ୍ୟ ପ୍ରମୁଖ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଅସହାୟ ବନ୍ଧୁ ଫାଉଣ୍ଡେସନ ଅନୁଗୋଳର ସଭାପତି ଜଗନ୍ନାଥ ବେହେରା, ସମ୍ପାଦକ ନିପୁ ଭୁତିଆଙ୍କ ତତ୍ୱାବଧାନରେ ଉପଦେଷ୍ଟା ଅର୍ଜୁନ କୁମାର ମୁଦୁଲି,ଆଇନ ପରାମର୍ଶ ଦାତା ପ୍ରଦୀପ ଦେବତାଙ୍କ ନିର୍ଦେଶରେ କାର୍ଯ୍ୟକର୍ତ୍ତା ରୂପାଲି ବେହେରା,ପ୍ରଶାନ୍ତ ମହାପାତ୍ରଙ୍କ ସମେତ ସଦସ୍ୟ ପ୍ରମୂଖଙ୍କ ସହଯୋଗରେ କାର୍ଯ୍ୟାଳୟ ଉଦଘାଟନ ହୋଇଯାଇଛି । ଅସହାୟ, ଗରିବ ବ୍ୟକ୍ତି ବିଶେଷଙ୍କ ସେବା,ସହଯୋଗ,ସହାୟତା ଯୋଗାଇ ଦେବା ସହ ଆଇନ ସେବା ଓ ପରାମର୍ଶ ନିମନ୍ତେ ମୂଳ ଉଦ୍ଧେଶ୍ୟକୁ ପାଥେୟ କରି ଫାଉଣ୍ଡେସନକୁ ଗଠନ କରାଯାଇଥିବା ସମ୍ପାଦକ ନିପୁ ଭୁତିଆ ମତବ୍ୟକ୍ତ କରିଥିଲେ । ଅସହାୟଙ୍କ ସେବା,ସଚେତନତା, ବୃକ୍ଷରୋପଣ,ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟ ଆଗାମୀ ଦିନରେ ସୁଚାରୁରୂପେ ବିଧିବଦ୍ଧ ଭାବେ ଜାରି ରହିବା ନିମନ୍ତେ ସଭାପତି ଜଗନ୍ନାଥ ବେହେରା ଦୃଢକ୍ତି ପ୍ରକାଶ କରିଥିଲେ । ମାନବ ସେବା ହିଁ ମାଧବ ସେବା ମୂଳ ମନ୍ତ୍ରକୁ ଅଗ୍ରାଧିକାର ଦେଇ ଅସହାୟ ବନ୍ଧୁ ଫାଉଣ୍ଡେସନ,ଅନୁଗୋଳର କାର୍ଯ୍ୟ, ସାଧୁତା,ଅଖଣ୍ଡତା, ସେବା ମାନସିକତାକୁ କେନ୍ଦ୍ର କରି କାର୍ଯ୍ୟକର୍ତ୍ତା ଓ ସଦସ୍ୟ ପ୍ରମୁଖଙ୍କୁ ଉପସ୍ଥିତ ଅତିଥିଗଣ ସାଧୁବାଦ ଜଣାଇବା ସହ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ମାନ୍ୟଗଣ୍ୟ, ସମାଜ ସେବୀ,ହିତାକାଂକ୍ଷୀ,ବୁଦ୍ଧିଜୀବୀ ପ୍ରମୂଖ ସାମିଲ ହୋଇ ଫାଉଣ୍ଡେସନର କାର୍ଯ୍ୟକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ଫାଉଣ୍ଡେସନ ସହ ଯୋଡ଼ିତ ହୋଇ ସେବା କାର୍ଯ୍ୟରେ ସହଯୋଗ କରିବା ପାଇଁ ଦୃଢକ୍ତି ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ ।



