ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ମହାପ୍ରୟାଣ ଦିବସରେ ମୁଖ୍ୟମନ୍ତ୍ରୀ କଲେ ବଡ ଘୋଷଣା
ଭୁବନେଶ୍ବର: ଡକ୍ଟର ମହତାବଙ୍କ ଜୀବନ କାଳ ମଧ୍ୟରେ ସ୍ବାଧୀନତା ଆନ୍ଦୋଳନ ଏବଂ ତା ପରବର୍ତ୍ତୀ ପର୍ଯ୍ୟାୟରେ ଓଡିଶାରେ ଯେ କୌଣସି ଆନ୍ଦୋଳନ ହୋଇଛି କିମ୍ବା ପ୍ରତିବାଦର ସ୍ବର ଉଠିଛି, ତା’ର ନେତୃତ୍ବ ମହତାବ ନେଇଛନ୍ତି କିମ୍ବା ସେହି ଆନ୍ଦୋଳନ ପଛରେ ଡକ୍ଟର ମହତାବଙ୍କ ଦୃଢ ପ୍ରେରଣା ରହିଛି ବୋଲି ଆଜି ମୁଖ୍ୟ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଡକ୍ଟର ମହତାବଙ୍କ ଶ୍ରାଦ୍ଧ ବାର୍ଷିକୀ ତଥା ୩୯ତମ ସ୍ବାଧୀନତା ସଂଗ୍ରାମୀ ଦିବସ ମହୋତ୍ସବ ଅବସରରେ କହିଛନ୍ତି।



