ଭୁବନେଶ୍ବର: ନୂଆରୂପ ପାଇବ ଲୋକସେବା ଭବନ। ଏହାର ପୁନର୍ବିନ୍ୟାସ ପାଇଁ ଡିପିଆର ପ୍ରସ୍ତୁତ ହୋଇସାରିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ଚଳିତବର୍ଷ ଶେଷସୁଦ୍ଧା ସଂପୂର୍ଣ୍ଣ ଲୋକସେବା ଭବନର ପୁନର୍ବିନ୍ୟାସ କାମ ଆରମ୍ଭ ହେବ ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।
ଲୋକସେବା ଭବନର ବିକାଶ ପାଇଁ ୧୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ।
କାର୍ ପାର୍କିଂ ପାଇଁ ଭୂତଳ ପାର୍କିଂ ପରିସର ନିର୍ମାଣ କରାଯିବ। ଏଥିରେ ୫୭୩ଟି କାର୍ ରଖିବା ପାଇଁ ପର୍ଯ୍ୟାପ୍ତ ସ୍ଥାନର ବ୍ୟବସ୍ଥା କରାଯିବ । ଗାଡ଼ି ପାର୍କିଂ ଏବଂ ନମ୍ବର ଚିହ୍ନଟ ପାଇଁ ଏଆଇ ପ୍ରଯୁକ୍ତିର ବ୍ୟବହାର କରାଯିବ।ଲୋକସେବା ଭବନର ବିକାଶ ପାଇଁ ୧୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। କାର୍ ପାର୍କିଂ ପାଇଁ ଭୂତଳ ପାର୍କିଂ ପରିସର ନିର୍ମାଣ କରାଯିବ। ଏଥିରେ ୫୭୩ଟି କାର୍ ରଖିବା ପାଇଁ ପର୍ଯ୍ୟାପ୍ତ ସ୍ଥାନର ବ୍ୟବସ୍ଥା କରାଯିବ । ଗାଡ଼ି ପାର୍କିଂ ଏବଂ ନମ୍ବର ଚିହ୍ନଟ ପାଇଁ ଏଆଇ ପ୍ରଯୁକ୍ତିର ବ୍ୟବହାର କରାଯିବ।



