
*ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବରେ ଜୁନିଅର୍ ରେଡ୍ କ୍ରସ ପକ୍ଷରୁ ପ୍ରାଥମିକ ସହାୟତା ଓ ବିଶୁଦ୍ଧ ପାନୀୟ ଜଳ ବଣ୍ଟନ* *(ଅନ୍ତିମ ଦିବସରେ ପାଞ୍ଚ ହଜାରରୁ ଅଧିକ ଦର୍ଶକ ଉପକୃତ)*
ବରଗଡ:(ପବିତ୍ର ମେହେର) ବରଗଡ଼ ଜିଲ୍ଲାରେ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହେଉଛି। ଇତ୍ୟ ଅବସରରେ ଜୁନିଅର୍ ରେଡ୍ କ୍ରସ ବରଗଡ଼ ଜିଲ୍ଲା ଆନୁକୁଲ୍ୟରେ ଦର୍ଶକ ମାନଙ୍କୁ ବିଶୁଦ୍ଧ ପାନୀୟ ଜଳ,ଗ୍ଲୁକୋଜ ପାଣି ଓ ଲେମନ ଟି ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁ ଯୋଗ ଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ।ଡିପିଇଓ ଜ୍ୟୋତିଷ ଚନ୍ଦ୍ର ପଧାନ, ଜୁନିଅର୍ ରେଡ୍ କ୍ରସ ଅଧିକାରୀ ହେମନ୍ତ ସାମଲ,ଗଣେଶ ବାରିକ, ଦେବରାଜ ପଧାନ, ଅଭିଷେକ ବାରିକ, ଝରଣା ଦାସ,ବିଜୁଳିବତୀ ଦଳେଇ,ସୌମ୍ୟ କୁମାର ବିଭାର,ପରମାନନ୍ଦ ସାହୁ,ରେଡ୍ କ୍ରସ କାଉନସେଲର ଗିରିଧାରୀ ଡନସନା,ରେଡ୍ କ୍ରସ କାଉନସେଲର ସଞ୍ଜୟ ଖମାରୀ,ପ୍ରଦୀପ ସାହୁ, ଶ୍ରୀବାସ ପଧାନ,ବିଶ୍ବମ୍ବର ପଧାନ,ଧର୍ମରାଜ ପଧାନ, ଜ୍ୟୋତ୍ସ୍ନା ମହାନନ୍ଦ,ଦାମୋଦର ମହାପାତ୍ର, କୃଷ୍ଣଚନ୍ଦ୍ର ନାଏକ ଓ ହୃଦମଣି ଭୋଇ ପ୍ରମୁଖ ମଥୁରା ନଗରୀରେ ଥିବା ଖଜୁରଟିକ୍ରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଉପସ୍ଥିତ ରହି ଏହି ବଣ୍ଟନ କାର୍ଯ୍ୟ ସମ୍ପାଦନ କରିଥିଲେ। ଜୁନିଅର୍ ରେଡ୍ କ୍ରସ ତରଫରୁ ଆଶୁ ଚିକିତ୍ସାର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଅନ୍ତିମ ଦିବସରେ ଏପରି ସୁବିଧା ପାଇ ପାଞ୍ଚ ହଜାରରୁ ଅଧିକ ଦର୍ଶକ ଉପକୃତ ହୋଇଥିଲେ। ଏଥିରେ ଖଜୁରଟିକ୍ରା ପ୍ରାଥମିକ ସ୍କୁଲ ଓ ଟାଉନ୍ ହାଇସ୍କୁଲର ରେଡ୍ କ୍ରସ ଛାତ୍ରଛାତ୍ରୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।ଏତାଦୃଶ ସମାଜର ଉନ୍ନତି ମୂଳକ କାର୍ଯ୍ୟରେ ନିୟୋଜିତ ସମସ୍ତ ସ୍ୱେଚ୍ଛାସେବୀମାନଙ୍କୁ ଡିଇଓ,ଏଡ଼ିଇଓ ସରୋଜ କୁମାର ଭୁଏ ଏଡିଇଓ ବିନୟ କୁମାର ସୋଏ ଏବଂ ବିଇଓ ଡଃ ସୁରେନ୍ଦ୍ର ସାହୁଙ୍କ ସମେତ ଜିଲ୍ଲାର ସମସ୍ତ ବିଇଓ ସାଧୁବାଦ ଜଣାଇଛନ୍ତି।




