ବଅଁରପାଳ ଅଦାଲତ ଦ୍ୱାରା ଆଇନ ସଚେତନତା ଶିବିର
-ବଅଁରପାଳ –ନୂଆହାତା ମଡେଲ ଉଚ୍ଚ ବିଦ୍ୟାଳୟରେ ବଅଁରପାଳ ଜେ ଏମ ଏଫ ସି କୋର୍ଟର ତାଲୁକ ଆଇନ ସେବା କମିଟି ତରଫରୁ ବାଲ୍ୟ ବିବାହ ନିଷେଧ ଆଇନ ଓ ମାଦକ ଦ୍ରବ୍ୟ ନିବାରଣ ଆଇନ ସମ୍ପର୍କରେ ଅଦାଲତର ବିଚାରପତି ତଥା ତାଲୁକ ଆଇନ ସେବା କମିଟିର ଅଧକ୍ଷା ମାନନୀୟl ସାବିତ୍ରୀ ଦାସ ମହୋଦୟା, କମିଟିର ସ୍ଥାୟୀ ସଦସ୍ୟ ତଥା ବରିଷ୍ଠ ଓକିଲ ହେମନ୍ତ କୁମାର ସାହୁ ଓ କମିଟିର ରିଟେନର ଓକିଲ ଅଭୟ କୁମାର ବିଶୋଇ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନତା କରାଇଥିଲେ ଯଦ୍ୱାରା ଦେଶର ଭବିଷ୍ୟତ ଯୁବ ପିଢ଼ି ସଚେତନ ହେବା ଆବଶ୍ୟକ l ଏ କର୍ଯ୍ୟକ୍ରମରେ ସ୍କୁଲରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ପ୍ରଧାନ ଶିକ୍ଷକଙ୍କ ସହ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ



