ଶ୍ୟାମା ଚରଣ ପୁର ଅଞ୍ଚଳ ବାସି ଙ୍କ ବନ୍ଧୁ ମିଳନ/ ବଣ ଭୋଜି
ଢେଙ୍କାନାଳ, ଅଦ୍ୟ ତା ୧୧.୦୧.୨୦୨୬ ରିଖ ରବିବାର ଦିନ ଶ୍ୟାମା ଚରଣ ପୁର ଆଞ୍ଚଳିକ ବିକାଶ ସମିତି ଆନୁକୁଲ୍ୟରେ ନବ ବର୍ଷ ୨୦୨୬ ମସିହା ପାଇଁ ,ଶ୍ୟାମା ଚରଣ ପୁର ଅଞ୍ଚଳ ବାସୀଙ୍କୁ ନେଇ ଏକ ପରିବାରିକ ବଣ ଭୋଜି /ବନ୍ଧୁ ମିଳନ ସ୍ଥାନୀୟ ବୋରପଦା ଆଇ ଟି ଆଇ ସାମ୍ନା ଆମ୍ବ ବଗିଚାରେ ଧୁମ୍ ଧାମରେ ହୋଇ ଯାଇଅଛି । ଶ୍ୟାମା ଚରଣ ପୁର ଆଞ୍ଚଳିକ ବିକାଶ ସମିତି ର ସଭାପତି ଯୋଗୀନାଥ ମହାନ୍ତିଙ୍କ ତତ୍ତ୍ଵାବଧାନରେ ଓ ଅନ୍ୟ ସଭ୍ୟ ପ୍ରସନ୍ନ ସାହୁ,ଅରୁଣ ମହାନ୍ତି,ସ୍ଵର୍ଣ୍ଣ ଭାନୁ ଦାସ, ବିରଞ୍ଚି ନାଥ,ସୁରେଶ ଜେନା,ଅମ୍ବିକା ବରାଳ,ବୈଦ୍ୟ ନାଥ ସେନାପତି,କୁଳମଣି ସାହୁ,ଶ୍ୟାମ ସୁନ୍ଦର ତ୍ରିପାଠୀ ଇତ୍ୟାଦି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଏ ବଣ ଭୋଜିରେ ମ୍ୟୁନିସିପାଲିଟିର ଯନ୍ତ୍ରୀ ଶ୍ରୀମତୀ ରଶ୍ମିତା ମିଶ୍ର,ଐରା ର ନିର୍ଦେଶକ ଶ୍ରୀ ସୁରେଶ ପଣ୍ଡା ଓ ଡାକ୍ତର ବି ବି ଜେନା ଇତ୍ୟାଦି ଯୋଗ ଦେଇଥିଲେ ।ଏହି ବଣଭୋଜିରେ ୪୦୦ରୁ ଉର୍ଦ୍ଧ ଲୋକ ଯୋଗ ଦେଇଥିଲେ ।ସଭାପତି ଶ୍ରୀ ମହାନ୍ତି ସମସ୍ତଙ୍କୁ ସେମାନଙ୍କର ସହଯୋଗ ପାଇଁ ଧନ୍ୟବାଦ୍ ଦେଇଛନ୍ତି ।



