ବ୍ୟବସାୟ ଓ ସମାଜସେବା କ୍ଷେତ୍ରରେ ଅଭୟ କୁମାର ସିଂହ ଙ୍କୁ ଡକ୍ଟର ପ୍ରଦାନ

ଅନୁଗୋଳ,୧୨/୦୧:- ଅନୁଗୋଳ ତଥା ନାଲକୋ ଅଂଚଳର ଲବ୍ଧ ପ୍ରତିଷ୍ଠିତ ବ୍ୟବସାୟୀ ଓ ସମାଜସେବୀ ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିଥିବା ଅଭୟ କୁମାର ସିଂହ ଙ୍କୁ ସଂମ୍ମାନ ଜନକ ଡକ୍ଟର ଉପାଧି ପ୍ରଦାନ କରାଯାଇଛି।ଅଭୟ କୁମାର ସିଂହ ଗତ କିଛି ବର୍ଷ ହେବ ସ୍ଥାନୀୟ ଅଂଚଳରେ ଦୁଃଖୀ, ଦରିଦ୍ର ଓ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ସହିତ ଶୀତ ବସ୍ତ୍ର ପ୍ରଦାନ, ଖାଦ୍ୟ ସାମଗ୍ରୀ ପ୍ରଦାନ ଆଦି କରି ଅଞ୍ଚଳରେ ନିଜର ସେବା କାର୍ଯ୍ୟ ଜାରି ରଖିଛନ୍ତି । ଏହି ସବୁ କାର୍ଯ୍ୟ କୁ ତନଖି କରି ମାରଲ୍ୟାଣ୍ଡ ଷ୍ଟେଟ ୟୁନିଭରସିଟି ( ବିଶ୍ୱବିଦ୍ୟାଳୟ ) ତରଫରୁ ତାଙ୍କୁ ବ୍ୟବସାୟ ଓ ସମାଜସେବା କ୍ଷେତ୍ରରେ ସଂମ୍ମାନ ଜନକ ଡକ୍ଟର ଇନ ଫିଲୋସପି (ପିଏଚଡି ) ଲାଭ କରିଛନ୍ତି ।ତେବେ ସେ ନିଜର ପ୍ରତିକ୍ରିୟା ରେ ନିଜର ପରିଶ୍ରମ, ଶିକ୍ଷା ପ୍ରତି ଥିବା ନିଷ୍ଠା ଓ ସମାଜସେବା ପ୍ରତି ଦୃଢ ସଂକଳ୍ପ ସହିତ ପରିବାର ଓ ନିଜ ଗ୍ରାମ ବାସୀ ଙ୍କ ଭଲ ପାଇବା ଦ୍ୱାରା ଏହି ଉପଲବ୍ଧି ପାଇଥିବା କହିଛନ୍ତି। ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ମନୋଜ କୁମାର ମହାପାତ୍ର ଙ୍କ ରିପୋର୍ଟ ଜାଗ୍ରତଭାରତ news




