
ରାସ୍ତା କଡ଼ରେ ଅବୈଧ ପାର୍କିଂ ଯୋଗୁ ଦୁର୍ଘଟଣା ଜଣେ ମୃତ।ରାସ୍ତା କଡ଼ରେ ବେଆଇନ ପାର୍କିଙ୍ଗ ପାଇଁ ପୁଣି ଦୁର୍ଘଟଣା ଘଟି ଜଣକର ମୃତ୍ୟୁ ହୋଇଥିବା ନେଇ ସୂଚନା। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ନାରଦ ପୁର ୫୨୦ ନମ୍ବର ଜାତୀୟ ରାଜପଥ ର ବାଇପାସ୍ ରାସ୍ତା ନିକଟରେ ରାସ୍ତା କଡ଼ରେ ଛିଡ଼ାହୋଇ ଥିବା ଟ୍ରକ କୁ ଧକ୍କା ଦେଲା ଅନ୍ୟ ଏକ ଟ୍ରକ। ମୋଠାରୁ ଆସୁଥିବା ଏକ ଟ୍ରକ ନାରଦ ପୁର ନିକଟରେ ରାସ୍ତା କଡ଼ରେ ଛିଡ଼ାହୋଇଥିବା ଟ୍ରକ ସହ ଧକ୍କା ହେବାରୁ ଘଟଣାସ୍ଥଳରେ ହେଲପର ମୃତ। ମୃତ ହେଲପର ଚାନ୍ଦବାଲି ଥାନା ତେରଙ୍ଗ ଗାଁ ର ବିଟୁ ମାଝି ହୋଇଥିବା ନେଇ ସୂଚନା। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇଟିଯାକ ଗାଡ଼ିକୁ ଜବତ କରି ଡ୍ରାଇଭରକୁ ଅଟକ ରଖି ତଦନ୍ତ ଚଳାଇଥିବା ନେଇ ସୂଚନା ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ




