JSW କମ୍ପାନୀର ମନମୁଖୀ କାର୍ଯ୍ୟ, ସ୍ଲରିପାଇପ୍ ଲାଇନ୍ ଗାତରେପଡ଼ି ସୁରକ୍ଷାକର୍ମୀ ଗୁରୁତର
JSW କମ୍ପାନୀର ସ୍ଲରି ପାଇପ୍ ଲାଇନ୍ ଗାତରେ ପଡ଼ି ସୁରକ୍ଷା କର୍ମୀ ଗୁରୁତର ଆହତ।

କେନ୍ଦୁଝର ଜିଲ୍ଲା ଏକ ଖଣିଜ ବହୁଳ ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ ଅନେକ ଗୁଡ଼ିଏ ଖଣି କମ୍ପାନୀ ଗଢି ଉଠିଛି। ଏବଂ ଏହି ଖଣି କମ୍ପାନୀ ମାନଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ସ୍ଥାନୀୟ ଅଞ୍ଚଳରେ ଅନେକ ସମୟରେ ବିଭିନ୍ନ ସ୍ଥାନରେ ଜନ ଅସନ୍ତୋଷ ଦେଖା ଦେଉଥିବାବେଳେ ବିଭାଗୀୟ ଅଧିକାରୀ ଙ୍କ କମ୍ପାନୀ ପ୍ରତି ଅହେତୁକ ଅନୁକମ୍ପା ସାଧାରଣ ଲୋକେ ଦୁର୍ଦ୍ଦଶା ଭୋଗ କରିଥାନ୍ତି। ସେହିଭଳି ଏକ ଅମାନିଆ ଖଣି କମ୍ପାନୀ ହେଉଛି JSW କମ୍ପାନୀ।JSW କମ୍ପାନୀର ସ୍ଲରୀ ପାଇପ୍ ଲାଇନ୍ ପାଇଁ ଖୋଳା ଯାଇଥିବା ଗାତରେ ପଡ଼ି ସିକ୍ୟୁରିଟି ଗାର୍ଡ ଗୁରୁତର ଆହତ ହୋଇଥିବା ନେଇ ସୂଚନା। ଯୋଡ଼ା ଥାନା ଅନ୍ତର୍ଗତ, ଯୋଡ଼ା ଖଣି ଉପନିର୍ଦେଶକଙ୍କ କାର୍ଯ୍ୟାଳୟ ନିକଟରେ ଘଟିଛି ଏହି ଅଘଟଣ । ଆହତ ସିକ୍ୟୁରିଟି ଗାର୍ଡ ଜଣକ ହେଲେ, ଲହଣ୍ଡା ବୁରୁସାହିରଗୋଲାପ୍ ମୁଣ୍ଡା । ତାଙ୍କ ଅଣ୍ଟା ଓ ଗୋଡ଼ ହାଡ଼ ଭାଙ୍ଗିଯାଇଥିବା ନେଇ ସୂଚନା । ତାଙ୍କୁ ଅଗ୍ନିଶମ ବାହିନୀର ସହାୟତାରେ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ବାସୁଦେବପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୁରକ୍ଷା ପ୍ରତି ଗୁରୁତ୍ବ ନଦେଇ JSW କମ୍ପାନୀ କାର୍ଯ୍ୟ କରୁଥିବା ବେଳେ ଏପରି ଅଘଟଣ ଘଟୁଥିବା ଜଣାପଡିଛି। ତେବେ ଦେଖିବାକୁ ବାକି ରହିଲା ବିଭାଗୀୟ ଅଧିକାରୀ JSW କମ୍ପାନୀ ବିରୁଦ୍ଧରେ କି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ନା ନିଦାବିଷ୍ଣୁ ହୋଇ ରହୁଛନ୍ତି।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



