93 ବ୍ୟାଚ ମାଟ୍ରିକ ବନ୍ଧୁମିଳନ
ବଅଁରପାଳ -ବଅଁରପାଳ ବ୍ଲକ ଗଡ଼ସନ୍ତ୍ରୀ ନେହେରୁ ଉଚ୍ଚ ବିଦ୍ୟାଳୟ ର 93ବ୍ୟାଚ ପୁରାତନ ଛାତ୍ର ଛାତ୍ରୀ ମିଳିତ ହୋଇ ସ୍କୁଲ ପରିସର ଖେଳ ପଡିଆ ଠାରେ ବନ୍ଧୁମିଳନ ହୋଇ ଯାଇଛି l ପୂର୍ବତନ ଶିକ୍ଷକ ମାନଙ୍କ ଗହଣରେ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ବିଗତ ଦିନ ସ୍କୁଲ ରେ କିପରି କଟାଇଥିଲେ ଓ ଶିକ୍ଷକ ମାନଙ୍କ ସହିତ ଘଟିଥିବା ଯାଇ ଥିବା ଦିନ କୁ ମାନେ ପକାଇ ଅନୁଭୂତି ଭାଖାଣିଥିଲେ l ଶଯ୍ୟାଶାୟୀ ଥିବା ନରେଶ ଗଡ଼ନାୟକ ଙ୍କ ପହଁଚି ମାନପତ୍ର ସହିତ ଉତ୍ତରୀୟ ଓ ଫଳ ପ୍ରଦାନ କରିଥିଲେ l ପରେ ପ୍ରମୋଦ ସାହୁ, ଭ୍ରମ୍ବେରବର ମାଝୀ, ସୁରେଶ ନାଥ, ନେରେଶ ନାଥ କୈଳାଶ ରାଉତ ଙ୍କୁ ମାନପତ୍ର ସହିତ ଉତ୍ତରୀୟ ଡ଼ାଇରୀ, ପେନ ଓ ପିଅନ ଅମିନ ବାରିକ, ପଦି ଗୋଛାୟତ, ବର୍ଜୁ ନାଏକ ଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇଥିଲା l ଏତଦ ବ୍ୟତୀତ ସ୍ଵର୍ଗାରୋହଣ କରଥିବା ଶିକ୍ଷକ ଓ ସାଥି ସାଙ୍ଗ ଙ୍କ ପାଇଁ ଏକ ମିନିଟ ନିରବ ପ୍ରାଥନା କରାଯାଇଥିଲା l ପରେ ସ୍କୁଲ ପରିଶେଷରେ ତିନୋଟି ଆମ୍ବ ଗଛ ଛାତ୍ର ଛାତ୍ରୀ ଓ ଶିକ୍ଷକ ମାନେ ବୃକ୍ଷ ରୋପଣ କରିଥିଲେ l ବିଦ୍ୟାଳୟ ରେ ପିଲାଙ୍କ ପରୀକ୍ଷା ସମୟରେ ଅସୁବିଧା ନ ହେବା ପାଇଁ ତିନୋଟି କାନ୍ଥ ଘଣ୍ଟା ପ୍ରଦାନ କରାଯାଇଥିଲା l ପରେ ଶିକ୍ଷକ ଓ ଛାତ୍ର ଛାତ୍ରୀ ପରିବାର ସହ ସାଥି ହୋଇ ଖାଦ୍ୟ ପେୟ ବ୍ୟବସ୍ଥା କରିଥିଲେ l ଏହାକୁ ପତିତପାବନ ମାଝୀ, ସଞ୍ଜବ ପାଇକ, ନୀଳମଣି ମାଝୀ, ନିର୍ମଳ ନାଥ, ପପୁ ଗଡ଼ନାୟକ, ଅଶୋକ ସାମଲ, ସୋମ୍ୟରଞ୍ଜନ ସାମଲ ସହିତ ବିଦ୍ୟାଳୟ ର ପୁରାତନ ଛାତ୍ର ଛାତ୍ରୀ ପରିଚାଳନା ରେ ସହଯୋଗୀତା କରିଥିଲେ l



