ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା ସ୍ୱତନ୍ତ୍ର ଶିବିର ଉଦଘାଟିତ ହୋଉଯାଇଛି ।ଅଧକ୍ଷା ଡ.ଶକୁନ୍ତଳା ଯେନାଙ୍କ ଅଧକ୍ଷତାରେ ଏବଂ ଜାତୀୟ ସେବା ଯୋଜନା କାଯ୍ୟକ୍ରମ ଅଧିକାରୀ ଡ. ପଙ୍କଜ ବାରିକ୍ ଙ୍କ ସଂଯୋଜନାରେ ସ୍ୱତନ୍ତ୍ର ଶିବିର ଉଦଘାଟିତ ହୋଉଜାଇଛି। ଏହି କାଯ୍ୟକ୍ରମରେ ଜାତୀୟ ସେବା ଯୋଜନାର ପୂର୍ବତନ ଜିଲ୍ଲା କାଯ୍ୟକ୍ରମ ସଂଯୋଜକ ଡ. ଦେବରାଜ ପରିଡା ମୁଖ୍ୟ ଅଥିତି ଭାବେ ଯୋଗଦେଇ ଜାତୀୟ ସେବା ଯୋଜନାର ମହତ୍ୱ, ଉଦେଶ୍ୟ,ଉପକାରିତା ଏବଂ ଏହାକୁ କିପରି ବିଦ୍ୟାଳୟ ପରିସରରୁ ବାହାରକୁ ଯାଇ ବିଭିନ୍ନ କାଯ୍ୟକ୍ରମ ମାଧ୍ୟମରେ ସାଧାରଣ ଜନତାଙ୍କ ସେବାରେ ବିନିଯୋଗ କରାଯାଇ ପାରିବ ଏବଂ ଏହାଦ୍ୱାରା କିପରି ସ୍ୱେଚ୍ଛାସେବୀ ମାନଙ୍କ ବ୍ୟକ୍ତିତ୍ବର ବିକାଶ ଘଟିବା ସହିତ ଚରିତ୍ର ଗଠନ, ନେତୃତ୍ୱ ନେବାର ଅସାଧାରଣ ପ୍ରତିଭାର ବିକାଶ ହୋଇପାରିବ ସେ ବିଷୟରେ ସ୍ୱାଭିସେବୀ ମାନଙ୍କୁ ଉଦବୋଧନ ଦେଇଥିଲେ। ଏହି ସଭାରେ ଓଡିଶାକୁ ଜାତୀୟ ସ୍ତରରେ ନେତୃତ୍ୱ ନେଇଥିବା ସ୍ୱେଚ୍ଛାସେବୀ ଲିଟୁ ଦେହୁରୀ ଯୋଗ ଦେଇ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। କିପରି ପ୍ରତିକୂଳ ପରିସ୍ଥିତି ସତ୍ୱେ ଜୀବନରେ ଆଗକୁ ବଢିହେବ ସେ ବିଷୟରେ ଛାତ୍ରୀ ମାନଙ୍କୁ ବିଭିନ୍ନ ଉଦାହରଣ ମାଧ୍ୟମରେ ପ୍ରବତାୟୀଥିଲେ।ଶେଷରେ ଜାତୀୟ ସେବା ଯୋଜନା କାଯ୍ୟକ୍ରମ ଅଧିକାର (+୩) ଡ.ମଧୁସ୍ମିତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।



