ଗୋଦାବରୀଶିଆନସ ମାନଙ୍କ ଦ୍ବାରା ଗୁରୁପୁଜା

ଯାଜପୁର __ ଯାଜପୁର ଜିଲ୍ଲାର ବିଂଝାରପୁର ବ୍ଲକ୍ ଅନ୍ତର୍ଗତ ବାଙ୍ଗରା ପଞ୍ଚାୟତର ଗୋଜବାଙ୍ଗରା ନିକଟସ୍ଥ ଅର୍ଗଳ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଚରଣ ପୁହାଣଙ୍କୁ ଗୋବିନ୍ଦପୁର ଗ୍ରାମର ସର୍ବପୁରାତନ ଗୋଦାବରୀଶ ସରକାରୀ ବିଦ୍ୟାଭବନର ହୀରକ ଜୟନ୍ତୀ ସମାରୋହର ଗୋଦାବରୀଶିଆନସ ମାନଙ୍କ ଦ୍ବାରା ଏକ ନିଆରା ଭାବରେ ଗୁରୁପୁଜା ହୋଇଯାଇଛି। ହାଇସ୍କୁଲ ଠାରୁ ସାରଙ୍କ ଘର ଅର୍ଗଳ ପର୍ଯ୍ୟନ୍ତ ଗୋଦାବରୀଶିଆନସ ମାନେ ଏକ ମୋଟର ସାଇକେଲ ଶୋଭାଯାତ୍ରା କରି ଆସି ଗୁରୁପୁଜା କରିଥିଲେ।ଯାହା ଫଳରେ ସମଗ୍ର ଅଞ୍ଚଳରେ ତଥା ଆଖପାଖ ଅଞ୍ଚଳରେ ଆନ୍ଦନର ଲହରୀ ଖେଳିଯାଇଛି। ଯାହାକି ଗୁରୁଙ୍କ ଠାରେ ଛାତ୍ରଛାତ୍ରୀ ମାନଙ୍କର ଭକ୍ତି ଭାବ ରହିଛି ତାହା ଏଠାରେ ପରିପ୍ରକାଶ ପାଇଛି। ଶତାଧିକ ଛାତ୍ରଛାତ୍ରୀ ମାନେ ଆଣିଥିବା ଉପହାରକୁ ଗୁରୁଙ୍କୁ ଦେଇ ସମ୍ମାନିତ କରିଥିଲେ।ଏବଂ ଏହି ଅବସରରେ ଗୋଦାବରୀଶିଆନସ ମାନଙ୍କୁ ଗୁରୁଙ୍କ ପକ୍ଷରୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା।ଏ ସମସ୍ତ କାର୍ଯ୍ୟକ୍ରମକୁ ଇଞ୍ଜିନିୟର ପ୍ରମୋଦ କୁମାର ରାଉତ, ସମାଜସେବୀ ଏବଂ ଆଧ୍ୟାତ୍ମିକ ବ୍ୟାକ୍ତି ତଥା ପରୋପକାରୀ ଅଜୟ କୁମାର ସାମଲ,ଶରତ ଚନ୍ଦ୍ର ନାୟକ, ନିଖିଳ କୁମାର ସାମଲ,ଜଗଦୀଶ ଧଳ, ଡ଼ଃ ବସନ୍ତକୁମାର ପୁହାଣ, ହେମନ୍ତ କୁମାର ପୁହାଣ, ଶ୍ରୀ ବନ୍ତ କୁମାର ପୁହାଣ, ଲକ୍ଷ୍ମୀକାନ୍ତ ପୁହାଣ, ଚନ୍ଦ୍ରକାନ୍ତ ପୁହାଣ, ପ୍ରେମଲତା ପୁହାଣ ଙ୍କ ସମେତ ଆଡଭୋକେଟ୍ ମାନଗୋବିନ୍ଦ ଧଳ ପ୍ରମୁଖ ଯୋଗଦେଇ ପରିଚାଳନା କରିଥିଲେ



