ଚତୁର୍ଥ ଦିନରେ ପଦାର୍ପଣ କଲା ଜାତୀୟ ସେବା ଯୋଜନା ଶିବିର

ସାଫଲ୍ୟ ରୂପାୟିତ ହେଲା ଢେଙ୍କାନାଳ ମହିଳା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ଚତୁର୍ଥ ଦିନ। ୧୯ରିଖ ସୋମବାର ଦିନ ପ୍ରାତଃ ପ୍ରାର୍ଥନା ଓ ଯୋଗାସନ ସମାପନ କରି ସ୍ୱେଚ୍ଛାସେବୀକା ବୃନ୍ଦ ‘ଅନ୍ଵେସା ଛାତ୍ରୀନିବାସର’ ପରିସରକୁ ସଫା କରିଥିଲେ। ପ୍ରାତଃଭୋଜନର ପରବର୍ତ୍ତୀ ସମୟରେ ମହାବିଦ୍ୟାଳୟ ନିକଟସ୍ଥ ‘ବଳରାମ ମନ୍ଦିର’ ର ଚତୃପାର୍ଶ୍ଵ ପରିସ୍କୃତ କରାଯାଇଥିଲା। ଦିବସର ପ୍ରଥମ ଶିକ୍ଷଣ ଅଧିବେସନରେ ଶ୍ରୀ ଜୟରାମ ପୃଷ୍ଟି ସଡ଼କ ସୁରକ୍ଷା ସମ୍ବନ୍ଧେ ଆଲୋଚନା କରିଥିଲେ। ଆଗ୍ରହୀ ସ୍ବେଚ୍ଛାସେବୀକା ବିଶେଷଜ୍ଞଙ୍କ ଦ୍ଵାରା ପ୍ରସ୍ତୁତ କିଛି ପ୍ରଶ୍ନର ସଠିକ୍ ଉତ୍ତର ପ୍ରଦାନ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ମହାବିଦ୍ୟାଳୟ ନିକଟସ୍ଥ ସିମିଳିଆ ଗ୍ରାମର ‘ମଧୂସୁଦନ ଆବାସିକ ମାଧ୍ୟମିକ ବିଦ୍ୟାଳୟ’ କୁ ସ୍ୱେଚ୍ଛାସେବୀକା ମାନେ ସଚେତନତା କାର୍ଯ୍ୟ ନିମନ୍ତେ ଗସ୍ତ କରିଥିଲେ। ବିଦ୍ୟାଳୟ ପ୍ରାଙ୍ଗଣରେ ସ୍ବେଚ୍ଛାସେବୀକା ମାନେ “ନାରୀ ପାଇଁ ନ୍ୟାୟ” ଓ “ନାରୀ ଶିକ୍ଷା” ସମ୍ପର୍କିତ ନାଟକ ପରିବେଷଣ କରିଥିଲେ। ବିଦ୍ୟାଳୟର କିଛି ଛାତ୍ରଛାତ୍ରୀ ନିଜ କଳା ପ୍ରଦର୍ଶନ କରି ପୁରସ୍କୃତ ମଧ୍ୟ ହୋଇଥିଲେ। ତତ୍ପରେ ନିକଟସ୍ତ ସିମିଳିଆ ଗ୍ରାମର ସର୍ବେକ୍ଷଣ କରାଯାଇଥିଲା। ଗ୍ରାମର ପ୍ରତ୍ୟେକ ନିବାସକୁ ଯାଇ ସ୍ଵେଚ୍ଛାସବୀକା ମାନେ ମୁଖ୍ୟ ସମସ୍ୟାକୁ ଲିଖିତ ରୂପେ ସଂଗ୍ରହ କରିଥିଲେ। ଛାତ୍ରୀଙ୍କ ଦ୍ଵାରା ପରିବେଶିତ ନାଟକ ଗ୍ରାମବାସୀମାନଙ୍କୁ ଭାବବିହ୍ୱଳ କରିଥିଲା। ସମୂହ କରତାଳିରୁ ସେମାନଙ୍କ ପ୍ରତିକ୍ରିୟା ସ୍ପଷ୍ଟ ବାରିହେଉଥିଲା। ଶେଷ ଅଧିବେଶନରେ ଓଡ଼ିଆ ବିଭାଗର ପ୍ରାଧ୍ୟାପକ ଡ଼. ତାପସ କୁମାର ଜେନା “ଓଡ଼ିଆ ଅସ୍ମିତା” ପ୍ରସଙ୍ଗରେ ବର୍ଣ୍ଣନା କରିଥିଲେ। ଦିବସର ଅନ୍ତିମରେ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହେଇଥିଲା। ମଧୂର ସଙ୍ଗୀତର ତାଳେ ତାଳେ ଚତୁର୍ଥ ଦିବସର ଅବସାନ ଘଟିଥିଲା।



