ଯାତ୍ରୀବାହି ବସ୍ କୁ ଧକ୍କା ଦେଲା ଟ୍ରଲର, ଦୁଇଜଣ ଆହତ
ଫାଣ୍ଡି ସାମ୍ନାରେ ଯାତ୍ରୀବାହି ବସକୁ ଧକ୍କା ଦେଲା ଟ୍ରଲର। ବସ୍ ଡ୍ରାଇଭର ର ଉପସ୍ଥିତ ବୁଦ୍ଧି ପାଇଁ ଟଳିଲା ବଡ଼ ଦୁର୍ଘଟଣା। କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଥାନା ଅନ୍ତର୍ଗତ ସୀମାନ୍ତ ଝାଡ଼ଖଣ୍ଡ ରାଜ୍ୟର ଜୟନ୍ତୀ ଗଡ଼ ଫାଣ୍ଡି ସାମ୍ନାରେ ଯୋଡାରୁ ଆଜି ସକାଳୁ ଯାଉଥିବା କାରଓ୍ବା ନାମକ ଯାତ୍ରୀବାହୀ ବସ୍ କୁ ଧକ୍କା ଦେଲା ଟ୍ରଲର। ଦୁର୍ଘଟଣାରେ ଜଣେ ନାବାଳକ ସହ ଦୁଇଜଣ ଆହତ ହୋଇଥିବା ନେଇ ସୂଚନା । ଆହତଙ୍କୁ ଉଦ୍ଧାର କରାଯାଇ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆଜି ସକାଳୁ ଯୋଡ଼ା ରୁ ଟାଟା ଅଭିମୁଖେ ଯାଉଥିଲା ଏହି ଯାତ୍ରୀବାହି ବସ୍ । ଝାଡ଼ଖଣ୍ଡ ର ଜଗନ୍ନାଥ ପୁର ଥାନା ଅନ୍ତର୍ଗତ ଜୟନ୍ତୀ ଗଡ଼ ଫାଣ୍ଡି ନିକଟରେ ବିପରୀତ ଦିଗରୁ ଆସୁଥିବା ଟ୍ରଲର ଟି ସିଧା ଆସି ବସ୍ ପାର୍ଶ୍ଵରେ ଧକ୍କା ଦେଇଥିଲା ।ତେବେ ବସ୍ ଡ୍ରାଇଭର ଦୁର୍ଘଟଣା ଟାଳିବା ପାଇଁ ରାସ୍ତା କଡକୁ ବସଟିକୁ ନେଇ ଦୁର୍ଘଟଣା ଟାଳିବାକୁ ପ୍ରୟାସ କରିଥିଲା। ତଥାପି ଟ୍ରଲର ଟି ବସର ଡ଼ାହାଣ ପାର୍ଶ୍ଵରେ ଧକ୍କା ଦେଇ ଥିଲା। ଫଳରେ ବସ୍ ଝରକା ପାଖରେ ବସିଥିବା ଜଣେ ନା ବାଳକ ସହ ଅନ୍ୟଜଣେ ଆହତ ହୋଇଥିବା ନେଇ ସୂଚନା। ଦୁର୍ଘଟଣା ପରେ ବସଟି ଓଲଟି ପଡିବା ସ୍ଥିତିକୁ ଆସିଥିଲା ତେବେ ଅପର ପାର୍ଶ୍ଵ ରେ ଛିଡାହେଇଥିବା ଟ୍ରକଗୁଡ଼ିକ ପାଇଁ ବସଟି ଓଲଟି ବାରୁ ରକ୍ଷା ପାଇଯାଇଥିଲା । ଯାହାରି ପାଇଁ ଏକ ବଡ ଅଘଟଣ ଘଟିବାରୁ ବର୍ତୀ ଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରଲର ଡ୍ରାଇଭର କୁ ଅଟକ ରଖି ଗାଡ଼ିକୁ ଜବତ କରି ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



