ବଅଁରପାଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ

ବଅଁରପାଳ,୨୦/୧(ଜାଗ୍ରତ ଭାରତ ନ୍ୟୂଜ) ବଅଁରପାଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ୩୦ ତମ ବାର୍ଷିକ ଉତ୍ସବ ସଭାପତି ସତ୍ୟବାନ ବରାହ ଙ୍କ ସଭାପତିତ୍ବରେ ଅନୁଷ୍ଟିତ ହୋଇଥିଲା ।ମୁଖ୍ୟ ମାର୍ଗ ଦର୍ଶକ ମାନନୀୟ ସ୍ଵାମୀ ସଚିତାନନ୍ଦ ସରସ୍ଵତୀ ମହାରାଜ ଦୀପ ପ୍ରଜ୍ଵଳନ କରି ଥିଲେ ସ୍ଵାଗତ ସଙ୍ଗୀତ ପରେ ସଭାକାର୍ଯ୍ୟ ଆରମ୍ବ ହୋଇଥିଲା ପରିଚାଳନା ସମ୍ପାଦକ ଅଖିଳ କୁମାର ମହପାତ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଧର୍ମାନନ୍ଦ ସାହୁ ବାର୍ଷିକ ବିବରଣୀ

ପାଠ କରିଥିଲେ ମୁଖ୍ୟ ମାର୍ଗ ଦର୍ଶିକ ତାଙ୍କ ଅଭିଭାଷଣରେ କହିଥିଲେ ବର୍ତ୍ତମାନ ଛାତ୍ର ସମାଜ ବିପଥ ଗାମୀ ହୋଇପଡିଛନ୍ତି ପିଲା ସମୟରେ ପିଲା ମାନଙ୍କ ସଠିକ ମାର୍ଗ ଦର୍ଶନ କଲେ ପିଲା ମାନେ ଭବିଷ୍ୟତରେ ଭଲ ମନିଷ ହୋଇ ତିଆରି ହୋଇ ପାରିବେ ଏଥିପାଇଁ ଶିଶୁ ମନ୍ଦିର ଭଳି ସ୍କୁଲ ରେ ପାଠ ପଢାଇବା

ଦରକାର ସଭାପତି ଙ୍କ ଅଭିଭାଷଣରେ ସ୍କୁଲ ର ସମସ୍ତ ଅଭି ଭାବକ ମାନଙ୍କ ସାହାଯ୍ୟ ପାଇଁ ଧନ୍ୟବାଦ ଦେଇଥିଲେ ବଅଁରପାଳ ତହସିଲ ଦାର ସୁଶାନ୍ତ କୁମାର ମିଶ୍ର ଅତିଥି ଭାବେ ଯୋଗଦେଇଥିଲେ ସହ ସମ୍ପାଦକ ସୁମନ୍ତ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ। ଶିଶୁ ମନ୍ଦିରରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ବ୍ଲକ ସ୍ତରୀୟ ମେଧା ବୃତ୍ତି ପାଇଁ ପୁରସ୍କୃତ କରାଯାଇଥିଲା ଏହି ଉତ୍ସବରେ ପରିଚାଳନା ସମିତିର ଉପସଭାପତି ପ୍ରକାଶ ସିଂହ କୋଷାଧ୍ୟକ୍ଷ ଅକ୍ଷୟ କୁମାର ସେନାପତିଙ୍କ, ସଭ୍ୟା ପଦ୍ମିନୀ ବେହେରା, ଓ ପ୍ରଭାତୀ ନାଏକ, ପୂର୍ବପରିଚାଳନା ସମିତି ସଭ୍ୟ ହେମନ୍ତ ସାହୁ ପିତାମ୍ବର ସାହୁ ଓ ଶିବ ଚରଣ ସେଠୀ ଉପସ୍ଥିତ ରହିଥିଲେ।

ସଭାକାର୍ଯ୍ୟ ପରେ ପିଲାଙ୍କ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ତନ୍ମୟ କୁମାର ନାଥ ମଞ୍ଚ ପରିଚାଳନା କରିଥିଲେ ଗୁରୁମା ମୋନାଲିନ ପାଣି, ପ୍ରଭାତୀ ଗୁରୁମା, ନର୍ମଦା ଗୁରୁମା, ବିଭିନ୍ନ ଦାୟିତ୍ଵ ରେ ଥିଲେ ବିଦ୍ୟାଳୟ ର ସମସ୍ତ ଗୁରୁଜୀ ଗୁରୁମା ମାନେ ଉତ୍ସବ ରେ ଉପସ୍ଥିତ ରହିଥିଲେ।




