ଜାନୁୟାରୀ ୩୧ ରୁ ଫେବୃୟାରୀ ୩ ପର୍ଯ୍ୟନ୍ତ ମାଘ ମେଳା ଓ ମହିମା ମହୋତ୍ସବ ।

ଅନୁଗୋଳ,ତା.୨୦.୦୧:୮ ଜାନୁୟାରୀ ୩୧ ତାରିଖରୁ ଫେବୃୟାରୀ ୩ ତାରିଖ
ପର୍ଯ୍ୟନ୍ତ ମହିମା ମାଘ ମେଳା ଓ ମହୋତ୍ସବ ଅନୁଗୋଳ ସହର ଊପକଣ୍ଠ ଅଙ୍ଗାରବନ୍ଧ ଠାରେ ଆୟୋଜନ ହେବ । ଏହି ମହୋତ୍ସବ ପାଳନ ନିମନ୍ତେ ଊପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଏକ ବୈଠକ ଅନୁଗୋଳ ଊପଜିଲ୍ଲାପାଳ ଶ୍ରୀ ମାୟାଧର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସ୍ବାସ୍ଥ୍ୟ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍, ପରିମଳ ବ୍ୟବସ୍ଥା, ଅଗ୍ନି ନିରୋଧ ବ୍ୟବସ୍ଥା, ରାସ୍ତା ମରାମତି, ଆଇନ୍ ଶୃଙ୍ଗଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଊପରେ ଆଲୋଚନା କରାଯାଇଥିଲା । ବୈଠକରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧ୍ବକାରୀ ଶ୍ରୀ ଜୟ ଜିତ୍ ଧଳ, ଡେପୁଟି କଲେକ୍ଟର ସ୍ବାହା ମହାନ୍ତି, ପୂର୍ବ ବିଭାଗ ନିର୍ବାହୀ ଯନ୍ତ୍ରୀ ଶ୍ରୀ ସୁବୋଧ କୁମାର ମହାପାତ୍ର, ଡେପୁଟି କଲେକ୍ଟର ପ୍ରିୟଙ୍କା ପାଳ, ଅତିରିକ୍ତ ଗୋଷ୍ଠୀ ଊନ୍ନୟନ ଅଧୋକାରୀ ଶ୍ରୀ ଦୋଳ ଗୋବିନ୍ଦ ବିଶ୍ବାଳ, ଡି ପି ଏଚ୍ ଓ ଶ୍ରୀ ମନୋଜ କୁମାର ତ୍ରିପାଠୀ, ସଦର ଏସ୍.ଆଇ ଶ୍ରୀ ଊଦୟ ନାଥ ବେହେରା, ସହକାରୀ ଅଗ୍ନିଶମ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ମହାନ୍ତି, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦୁଃଶାସନ ନାଏକ, ଅଙ୍ଗାରବନ୍ଧ ସରପଞ୍ଚ ସୁଜାତା ସାହୁ, କୌପୁନିଧାରୀ ମହିମା ସମାଜର ସଭାପତି ଲୋକନାଥ ସାହୁ, ଊପସଭାପତି ଅ ଲେଖ ବେହେରା, ସମ୍ପାଦକ କୃଷ୍ଣଚନ୍ଦ୍ର ସାହୁ, ମହାନିତ୍ୟ ସମ୍ପାଦକ ଶ୍ରୀ ଅଜୟ କୁମାର ଦେହୁରୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧୂକାରୀ ପ୍ରମୁଖ ଊପସ୍ଥିତ ଥିଲେ ।




