**ଭୁବନେଶ୍ୱର ଓକିଲ ସଙ୍ଘ ତରଫରୁ ତାନଶ୍ରୀ ପାଣିଗ୍ରାହୀଙ୍କୁ କାକର ସମ୍ମାନ **
ଭୁବନେଶ୍ୱର ବାର ଆସୋସିଏସନ ଲିଟେରାରୀ କ୍ଲବ ଦ୍ୱାରା ଅନୁଷ୍ଠିତ ସପ୍ତମ ସାହିତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କାକର,ବିଜେବି କଲେଜ ନିକଟବର୍ତ୍ତୀ ଜୁଡିସିଆଲ କୋର୍ଟ କମ୍ପ୍ଲେକ୍ସ ପରିସରରେ ଅନୁଷ୍ଠିତ ହୋଇଥିଲା l କାକର ସାହିତ୍ୟଉତ୍ସବର ସଭାପତି ଗୋବିନ୍ଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଶିକ୍ଷାବିତ ଡଃ ନାରାୟଣ ଚନ୍ଦ୍ର ସେନାପତି ମୁଖ୍ୟ ଅତିଥି ଓ ସୁସାହିତ୍ୟିକା ଡଃ ତାନଶ୍ରୀ ପାଣିଗ୍ରାହୀ ମୁଖ୍ୟ ବକ୍ତା ଓ ଅଧ୍ୟାପକ ସୁବାସ ଚନ୍ଦ୍ର ପାତ୍ର ସମ୍ମାନିତ ଅତିଥି ଭାବରେ ମଞ୍ଚାସୀନ ହୋଇ ସାହିତ୍ୟ ଓ କବିତାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ l ସଂଯୋଜିକା ଆଡ଼ଭୋକେଟ ଡଃ ସ୍ମିତା କାନୁନଗୋଙ୍କ ବଳିଷ୍ଠ ସଂଯୋଜନାରେ ଶତାଧିକ ଓକିଲ କବି କବୟିତ୍ରୀ କବିତା ପାଠ କରି ଏକ ସାହିତ୍ୟ ମନସ୍କ ବାତାବରଣ ସୃଷ୍ଟି କରିଥିଲେ l ପ୍ରାୟ ଏକହଜାର ଓକିଲ ସାହିତ୍ୟିକଙ୍କ ଉପସ୍ଥିତିରେ ଡଃ ତାନଶ୍ରୀ ପାଣିଗ୍ରାହୀଙ୍କୁ
ସାହିତ୍ୟ, ସଂସ୍କୃତି ଓ ଶିକ୍ଷା କ୍ଷେତ୍ରରେ ବିଶେଷ ପାରଦର୍ଶିତା ପାଇଁ ବାର ଆସୋସିଏସନ କର୍ମକର୍ତ୍ତା ଦ୍ୱାରା କାକର ସମ୍ମାନ -୨୦୨୬ ଅର୍ପଣ ପୂର୍ବକ ମାନପତ୍ର, ଉପଢୌକନ, ମୋମେଣ୍ଟ,ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା l ଏହା ସହିତ ମୁଖ୍ୟ ଅତିଥି ଡଃ ନାରାୟଣ ଚନ୍ଦ୍ର ସେନାପତି ଓ ସମ୍ମାନିତ ଅତିଥି ଅଧ୍ୟାପକ ସୁବାସ ଚନ୍ଦ୍ର ପାତ୍ରଙ୍କୁ ମଧ୍ୟ କାକର ସମ୍ମାନ ପ୍ରଦାନ କରାଯାଇଛି l ଡଃ ପାଣିଗ୍ରାହୀ ପୂର୍ଣ୍ଣଚନ୍ଦ୍ରପୁର, ମୟୂରଭଞ୍ଜସ୍ଥିତ ଆଡ଼ଭୋକେଟ ଶିବବ୍ରତ ମହାପାତ୍ରଙ୍କର ଧର୍ମପତ୍ନୀ ଓ ସରସ୍ବତୀ ଶିଶୁବିଦ୍ୟାମନ୍ଦିର ବାଲିଆ ବାଲେଶ୍ୱରର ଆଚାର୍ଯ୍ୟା ଭାବେ କାର୍ଯ୍ୟରତା ଅଛନ୍ତି l ଏହି ସମ୍ବର୍ଦ୍ଧନା ପାଇଁ ଅନେକ ସାହିତ୍ୟିକ ଓ ଶିକ୍ଷାବିତ ଶ୍ରୀମତୀ ପାଣିଗ୍ରାହୀଙ୍କୁ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି l



