ରାଷ୍ଟ୍ରୀୟ ମତଦାତା ଦିବସ ଉପଲକ୍ଷେ ଚିତ୍ରାଙ୍କନ ପ୍ରତିଯୋଗିତା

ବରଗଡ଼:୨୪/୦୧(ପବିତ୍ର ମେହେର)ସାରା ଦେଶରେ ୨୦୧୧ ମସିହାରୁ ଜାନୁଆରୀ ମାସ ୨୫ ତାରିଖକୁ ପ୍ରତ୍ୟେକ ବର୍ଷ ରାଷ୍ଟ୍ରୀୟ ମତଦାତା ଦିବସ ଭାବରେ ପାଳନ କରାଯାଉଛି।ଏହି ପରିପ୍ରେକ୍ଷୀରେ ମତଦାନକୁ ନେଇ ଳୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ପି ଏମ୍ ଶ୍ରୀ ଜନତା ସରକାରୀ ହାଇସ୍କୁଲ ଭୁକ୍ତାରେ ରାଷ୍ଟ୍ରୀୟ ମତଦାତା ଦିବସ ଉପଲକ୍ଷେ ବିଦ୍ୟାଳୟର ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୁର୍ଗା ପ୍ରସାଦ ନାୟକଙ୍କ ତତ୍ତ୍ଵାବଧାନରେ ଓ ଶିକ୍ଷକ ସଞ୍ଜୟ ଖମାରୀଙ୍କ ମାର୍ଗ ଦର୍ଶନରେ ” My India,My Vote, Citizen At The Heart Of Democracy” ପ୍ରସଙ୍ଗ ଉପରେ ଆୟୋଜିତ ଏହି ଚିତ୍ରାଙ୍କନ ପ୍ରତିଯୋଗୀତାରେ ବିଦ୍ୟାଳୟର ୧୯ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ଛାତ୍ରୀ ଗୀତିକା ସୁନା ପ୍ରଥମ,ପ୍ରିୟ ଦର୍ଶିନୀ ଦେହେରୀ ଦ୍ଵିତୀୟ ଏବଂ ରୋହିଣୀ ପଧାନ ଓ ସିଦ୍ଧି ନାୟକ ଯୁଗ୍ମ ଭାବରେ ତୃତୀୟ ସ୍ଥାନ ଅଧିକାର କରିଥିଲେ। ବିଚାରକ ଭାବରେ କଳା ଶିକ୍ଷକ ଅମୂଲ୍ୟ ଭୋଇ ଯୋଗ ଦେଇଥିବା ବେଳେ ସୁବାସ ଚନ୍ଦ୍ର ଖମାରୀ,ଅଙ୍କିତ ମହନ୍ତ, ଆଶୁତୋଷ ଭୋଇ,ବୋଧରାମ ବିଶ୍ବାଳ, ପଦ୍ମଲୋଚନ ବିଶି,ପ୍ରଶାନ୍ତ ମହାପାତ୍ର,ଶିକ୍ଷୟିତ୍ରୀ ରୋଜାଲିନ ଭୋଇ,ସୌଦାମିନୀ ବାରିକ,ରାଜକୁମାରୀ ଭୁଏ,ମନୋଜା ପଟେଲ,ପୁଷ୍ପାଞ୍ଜଳି ପଧାନ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।




