ଚଳନ୍ତା ଟ୍ରକରେ ଲାଗିଲା ନିଆଁ ଅଗ୍ନିସମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କଲା

ଚଳନ୍ତା ଟ୍ରକ୍ ରେ ଲାଗିଲା ନିଆଁ, ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବିଭାଗ। କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଜାତୀୟ ରାଜପଥ 520 ବିଲେଇପଦା ନିକଟରେ ଚଳନ୍ତା ଟ୍ରକରେ ହଠାତ୍ ନିଆଁ ଲାଗିଥିଲା,ସଟ୍ ସର୍କିଟ ଯୋଗୁ ଟ୍ରକ୍ ରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଗାଡ଼ିରେ ନିଆଁ ଲାଗିବାର ଜାଣି ଡ୍ରାଇଭର ଗାଡ଼ିକୁ ସେହିଠାରେ ଛିଡାକରି ଗାଡିରୁ ଓହ୍ଲାଇ ଅଗ୍ନିସମ ବାହିନୀ କୁ ଖବର ଦେଇଥିଲେ। ସୂଚନା ପାଇ କାଳ ବିଳମ୍ବ ନକରି ଅଗ୍ନୀଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଦେଖିବାକୁ ମିଳିଥିଲା। ତେବେ କୌଣସି ପ୍ରକାରର ଯାନ୍ତ୍ରିକ ତ୍ରୁଟି ଅବା ସର୍ଟ ସର୍କିଟ ଯୋଗୁ ଚଳନ୍ତା ଟ୍ରକ୍ ରେ ଏଭଳି ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଠିକଣା ସମୟରେ ପହଞ୍ଚି ନିଆଁ କୁ ଆୟତ୍ତ କରିବାରୁ ଟ୍ରକ୍ ଟି ସମ୍ପୂର୍ଣ ଜଳିବାରୁ ବର୍ତୀ ଯାଇଛି।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।




