
ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବାଲିପଟା ମଣ୍ଡଳରେ ଏକ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି ସମ୍ମିଳନୀରେ ସମଗ୍ର ହିନ୍ଦୁ ସମାଜ ଦ୍ୱାରା ଆହୂତ ନିକଟସ୍ଥ ପଞ୍ଚାୟତ ତଥା ବାଲିପଟା,ଟେଣ୍ଟୋଲୋଇ,କୁକୁରୁପେଟା,ଆଦି ଗ୍ରାମ ପଞ୍ଚାୟତ ର ଗ୍ରାମବାସୀମାନେ ବହୁ ସଂଖ୍ୟା ରେ ଆସି ବାଲିପଟା କାଳୀ ମନ୍ଦିର ନିକଟରୁ ନାମ ସଂକୀର୍ତ୍ତନ କରି ଏକ ବିଶାଳ ହିନ୍ଦୁ ଧାର୍ମିକ ଶୋଭାଯାତ୍ରା ବାହାରୀ ଆଖ ପାଖ ଗ୍ରାମ ପରିକ୍ରମା କରି ବାଲିପଟା ଶିବମନ୍ଦିର ପ୍ରାଙ୍ଗଣରେ ପହଞ୍ଚି ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ଧାର୍ମିକ ସଭାରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଜିଲ୍ଲା ସଂଘଚାଳକ ବିଜୟ କୁମାର ସାହୁ ହିନ୍ଦୁ ମାନଙ୍କର ଜାଗରଣ ନିମନ୍ତେ ଆହ୍ୱାନ କରିଥିଲେ ।




