ବାର୍ଷିକ ଉତ୍ସବ ସହ ଧୂମଧାମରେ ବାଗ ଦେବୀଙ୍କ ପୂଜା ଅର୍ଚ୍ଚନା

ଧର୍ମଗଡ (ଜାଗ୍ରତ ଭାରତ)
ବିଭିନ୍ନ ସମୟରେ ଦେବାଦେବୀମାନଙ୍କ ପୂଜା ଅର୍ଚ୍ଚନା କରାଯିବାର ପରମ୍ପରା ଆମର ରହିଛି। ଏହିଦିନ ମାନଙ୍କରେ ଭକ୍ତିର ସହ ପୂଜା ଅର୍ଚନା କରି ଭଗବାନଙ୍କୁ ଜଣାଇ ଆଶୀର୍ବାଦ ଭିକ୍ଷା କରିଥାଉ। ଏହି ସମସ୍ତ ପୂଜା ମାନଙ୍କ ମଧ୍ୟରେ ମା ସରସ୍ବତୀଙ୍କ ପୂଜା ଅନ୍ୟତମ ଆମ ଦେଶରେ ବହୁ ପ୍ରାଚୀନ କାଳରୁ ପ୍ରଚଳିତ ହୋଇଆସୁଛି। ପ୍ରତିବର୍ଷ ମାଘମାସ ଶୁକ୍ଳପକ୍ଷ ପଞ୍ଚମିତିଥିରେ ମା ସରସ୍ବତୀଙ୍କ ପୂଜା ମହାଆଡମ୍ବର ସହ ଶିକ୍ଷା ଅନୁଷ୍ଠାନମାନଙ୍କରେ ପାଳନ ହୋଇଥାଏ। ଦେବୀ ସରସ୍ଵତୀ ମନୁଷ୍ୟକୁ ଜ୍ଞାନର ପ୍ରକାଶ ଦିଗରେ ନେଇଯାଇଥାନ୍ତି ସେବାଣୀର ଦେବୀ ହୋଇଥିବାରୁ ବାଗ ଦେବୀ ମଧ୍ୟ କୁହାଯାଏ। ଏହି ଅବସରରେ ଧର୍ମଗଡ଼ ଉପଖଣ୍ଡ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକର ବନ୍ଧ ଗାଁ ବିଦ୍ୟାଳୟରେ ସରସ୍ଵତୀଙ୍କ ପୂଜା ଅର୍ଚ୍ଚନା କରାଯାଇଥିଲା ଠିକ୍ ମଧ୍ୟାହ୍ନ ବେଲେ ବାଗ ଦେବୀଙ୍କ ମୂର୍ତ୍ତୀ ସମ୍ମୁଖରେ ହୋମ ଆରମ୍ଭ ହୋଇ ଆଳତୀ ସହ ପୂଜା ସଂପନ୍ନ ହୋଇଥିଲା।ପୂଜକ ରୂପେ ଶିକ୍ଷକ ହରିଶଙ୍କର ପଣ୍ଡା ମନ୍ତ୍ରପାଠ ଓ ପୂଜା ଅର୍ଚ୍ଚନା କରିଥିଲେ। ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀ ଅଭିଭାବକମାନେ ପୁଷ୍ପା ଅଞ୍ଚଳି ଅର୍ପଣ ପୂର୍ବକ ଆରଧନା କରିବା ପରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମବୟନ୍ତୀ ପାଳନ ହୋଇଥିଲା,ଏହା ପରେପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ଏହି କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ଦମୟନ୍ତୀ ମାଝିଙ୍କ ଅଧ୍ୟକ୍ଷତା କରିଥିବା ବେଲେ ମୁଖ୍ୟଅତିଥି ରୂପେ ପଦମପୁର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୈକୁଷ୍ଠ ସୁନାନୀ ଯୋଗଦେଇଥିବା ବାବେଳେ ସମ୍ମାନୀତ ଅତିଥି ରୂପେ ଡ଼ମ୍ବରୁଧର ଭୋଇ ଯୋଗଦେଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଶିକ୍ଷକ କପିଳେନ୍ଦ୍ର ମେହେର,ଏଥିସହ କାର୍ଯ୍ୟକ୍ରମକୁ ସଫଳ କରାଇବାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।




