୭୭ତମ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ସମ୍ବେୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୧୯୫୦ ମସିହା ଜାନୁଆରୀ ୨୬ରୁ ଦେଶର ଗଣତନ୍ତ୍ରର ସାମ୍ବିଧାନିକ ଆଦର୍ଶରେ ଅଗ୍ରସର ହେଉଛି । ଭାରତର ସମ୍ବିଧାନ ବିଶ୍ବ ଇତିହାସର ସବୁଠାରୁ ବଡ଼ ଗଣତନ୍ତ୍ରର ମୂଳଦୂଆ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ବିଶ୍ବରେ ଅସ୍ଥିରତା ଲାଗି ରହିଥିବା ବେଳେ ଭାରତର ଅର୍ଥନୀତି ଦ୍ରୁତ ଗତିରେ ଆଗେଇଛି ।
ନିରନ୍ତର ଦ୍ରୁତ ବେଗରେ ଅଗ୍ରସର ହେଉଥିବା ଅର୍ଥବ୍ୟବସ୍ଥା ଫଳରେ ଭାରତ ଖୁବ ଶୀଘ୍ର ବିଶ୍ବର ତୃତୀୟ ବୃହତ ଅର୍ଥବ୍ୟବସ୍ଥା ହେବାକୁ ଯାଉଛି । ବିଶ୍ବସ୍ତରୀୟ ଭିତ୍ତିଭୂମି ନିର୍ମାଣ ଦ୍ବାରା ଦେଶର ଆର୍ଥିକ ସଂରଚନା ଉଚ୍ଚସ୍ତରରେ ଗଠନ ହେଉଥିବା କହିଛନ୍ତି ରାଷ୍ଟ୍ରପତି । ସେହିପରି ଦେଶରେ ଜିଏସଟି ଲାଗୁ ହେବା ଦ୍ବାରା ଗୋଟିଏ ରାଷ୍ଟ୍ର, ଗୋଟିଏ ବଜାର ବ୍ୟବସ୍ଥା ସ୍ଥାପିତ ହୋଇଛି । ଜିଏସଟି ପ୍ରଣାଳୀକୁ ଆହୁରି ପ୍ରଭାବୀ ଢଙ୍ଗରେ ନିର୍ମାଣ ଦ୍ବାରା ଦେଶର ଅର୍ଥବ୍ୟବସ୍ଥାକୁ ଅଧିକ ଶକ୍ତି ମିଳିଛିି। ଦେଶରେ ବେଟି ବଚାଓ ବେଟି ପଢାଓ ଯୋଜନାରେ ଝିଅ ମାନଙ୍କୁ ଶିକ୍ଷାର ପ୍ରୋତ୍ସାହନ ମିଳିଛି ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-27-scaled.jpg)


