ବ୍ୟାଙ୍କ ଶିଳ୍ପରେ ଦେଶବ୍ୟାପି ଧର୍ମଘଟ

ତା. ୨୭.୦୧.୨୦୨୬ରିଖ ଷ୍ଟେଟ ବ୍ୟାଙ୍କ କଟକ ମୁଖ୍ୟଶାଖା ରେ ଅଫିସର ଓ କର୍ମଚାରୀ ସମବେତ ହୋଇ ଆଜିର ଧର୍ମଘଟରେ ସାମିଲଥିଲେ । ବ୍ୟାଙ୍କ ଶିଳ୍ପରେ ଦ୍ବାଦଶ ଦ୍ବିପାକ୍ଷିକ ରାଜିନାମରେ ପାଞ୍ଚଦିନିଆ ବ୍ୟାଙ୍କିଙ୍ଗ ପାଇଁ IBA UFBU (United Forum of Bank Unions) คยด เลิศ เดิด ହୋଇଥିଲେ ମଧ୍ୟ ବ୍ୟାଙ୍କ କର୍ତ୍ତୃପକ୍ଷ ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ନ କରିବାରୁ ସମଗ୍ର ଭାରତବର୍ଷରେ ବ୍ୟାଙ୍କ ଶିଳ୍ପରେ ଆନ୍ଦୋଳନ ଜାରି ରହିଛି । ଯଦି ଏହା ଉପରେ କେନ୍ଦ୍ର ସରକାର ଓ ବ୍ୟାଙ୍କ କର୍ତ୍ତୃପକ୍ଷ ତୁରନ୍ତ କାର୍ଯ୍ୟକାରୀ ନ କରନ୍ତି ଆଗାମୀ ଦିନରେ ଏହି ଧର୍ମଘଟ ତିବ୍ରତର ହେବ ବୋଲି United Forum ର କଟକ ଜିଲ୍ଲା ଆବାହକ ଶୁଭେନ୍ଦୁ ତରାଇ କହିଛନ୍ତି । ଉକ୍ତ ଧର୍ମଘଟରେ ସବଶ୍ରୀ ସଞ୍ଜୟ ଜେନା, ପ୍ରତାପ ଚନ୍ଦ୍ର ପଣ୍ଡା, ଉପେନ୍ଦ୍ର କୁମାର ଦାସ, ଜ୍ୟୋତି ଭୁଷଣ ମହାପାତ୍ର, ପଦ୍ମଲୋଚନ ମାହାଳିକ, ଅନ୍ନଦା ଶଙ୍କର ଜେନା, ବିପିନ ବିହାରୀ ପାଢୀ, ପ୍ରଦୀପ ଷଡଙ୍ଗି, ସନ୍ତୋଷ କୁମାର ଦାସ ଧର୍ମଘଟକୁ ପରିଚାଳନା କରୁଥିଲେ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-27-scaled.jpg)


