ଢେଙ୍କାନାଳ ବାଣିଜ୍ୟ ମେଳା ଉଦଘାଟିତ ।

ଅଦ୍ୟ ତା ୨୯.୧.୨୬ ରିଖ ଗୁରୁବାର ମିନି ଷ୍ଟାଡିୟମଠାରେ ଆଡ୍-ବିଟସ୍ ଏବଂ ଏମ୍ ଏସ୍ ଏମ୍ ଇ, ଡିଏଫ୍ଓ କଟକଙ୍କ ମିଳିତ ଉଦ୍ୟମରେ ଢେଙ୍କାନାଳ ବାଣିଜ୍ୟ ମେଳା ଉଦଘାଟନ ହୋଇଯାଇଅଛି।ଏହି ବାଣିଜ୍ୟ ମେଳା ରେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିବା ପାଇଁ ସମ୍ମତି ପ୍ରଦାନ କରିଥିଲେ,ମାତ୍ର ଏକ ଜରୁରୀ କାର୍ଯ୍ୟରେ ଭୁବନେଶ୍ୱର ଯିବାକୁ ପଡ଼ିବାରୁ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିବା ଏମ୍ ଏସ୍ ଏମ୍ ଇ ଉପ ନିର୍ଦ୍ଦେଶକ ଡ. ଶିବାନନ୍ଦ ନାୟକ ମେଳା ପଡିଆର ମୁଖ୍ୟ ପ୍ରବେଶ ପଥରେ ଫିତା କାଟି ମଞ୍ଚରେ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ଦୀପ ପ୍ରଜ୍ବଳନ ପୂର୍ବକ ମେଳା କୁ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଆଡ୍-ବିଟସ ର ସଂଗଠକ ସଞ୍ଜୀବ ବେହେରା,ସଂଯୋଜକ ଦେବୀ ପ୍ରସାଦ ଦାସ୍ ଓ ଦିଲୀପ ସାହୁ,କୋଷାଧ୍ୟକ୍ଷ ଏବଂ ସଂଯୋଜକ ରମେଶ ଚନ୍ଦ୍ର ସାହୁ ପ୍ରମୁଖ ସଭାକାର୍ଯ୍ୟ ରେ ଉପସ୍ଥିତ ଥିଲେ। ଆଜି ପ୍ରଥମ ଦିନରେ ମେଳାରେ ଜନଗହଳି ଦୃଶ୍ୟମାନ ହୋଇଥିଲା। ଦିନେ ଦୁଇ ଦିନ ମଧ୍ୟରେ ଜଲପରି ର କାର୍ଯକ୍ରମ ଆରମ୍ଭ ହେଲେ ଅଧିକ ଜନଗହଳି ହେବ ବୋଲି ସଂଗଠକ ସଞ୍ଜୀବ ବେହେରା କହିଥିଲେ। ସଭା ଶେଷରେ ନୃତ୍ୟ ପରିବେଷଣ କରାଯାଇ ଦର୍ଶକଙ୍କ ମନମୁଗ୍ଧ କରାଯାଇଥିଲା।ଅନ୍ୟ ସମ୍ମାନୀୟ ଅତିଥି ଉପ ଜିଲ୍ଲାପାଳ ଶ୍ରୀ ବିଭୁତି ଗଡ଼ନାୟକ ମହୋଦୟ କୌଣସି ଏକ ସରକାରୀ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ମେଳା ର ଶୁଭକାମନା ସହିତ ଏକ ସନ୍ଦେଶ ପଠାଇଥିଲେ। ମେଳା ଟି ଆଜି ଆରମ୍ଭ ହୋଇ ଫେବୃଆରୀ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ମେଳା ରେ ଏମ୍ ଏସ୍ ଏମ୍ ଇ ତରଫରୁ ୬୦ ଗୋଟି ଷ୍ଟଲ୍,୮୦ ଗୋଟି ଅନ୍ୟାନ୍ୟ ଉତ୍ପାଦ ଏବଂ ଖାଦ୍ୟ ଷ୍ଟଲ୍ ଲାଗିଛି। ଜଲପରୀ ଏହି ମେଳାର ମୂଖ୍ୟ ଆକର୍ଷଣ ରହିବ ବୋଲି ଚର୍ଚ୍ଚା ହେଉଛି।




