
ବିଧାୟକ ସୁଧୀର ପାଟ୍ଟଯୋଷୀ ଙ୍କ କରକମଳରେ ସେତୁ ଯୋଜନାରେ ଦୁଇଟି ସେତୁ ଏଵଂ ଚାରି ଗୋଟି ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ

ଧର୍ମଗଡ଼ (ଜାଗ୍ରତ ଭାରତ)ତା ୩୦/୧/୨୬ ସେତୁ ଯୋଜନାରେ ଦୁଇଟି ସେତୁ ଏଵଂ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅଧୀନରେ ଚାରୀଗୋଟି ଗୁରୁତ୍ୱପୂର୍ଣ୍ଣ ରାସ୍ତା କାର୍ଯ୍ୟ ର ଭିତ୍ତିପ୍ରସ୍ତର ସ୍ଥାପନ ଧର୍ମଗଡ଼ ବିଧାୟକ ସୁଧୀର ପାଟ୍ଟଯୋଷୀ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସେତୁ ବନ୍ଦ ଯୋଯନା ଅଧିନରେ ସାନକେନ୍ଦୁଗୁଡା ଠାରୁ ପଦ୍ମପୁର ସେତୁ ଏଵଂ ସାନ କେନ୍ଦୁଗୁଡା ଠାରୁ ମଙ୍ଗଳପୁର ସେତୁ ମୋଟ ୮୦୮.୧୦ ଲକ୍ଷ କଟକଳ ବ୍ୟୟ ଓ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅଧୀନରେ ପୂର୍ତ୍ତ ବିଭାଗ ରାସ୍ତା ଠାରୁ ପୂଜାରୀ ପଡ଼ା ତାଳପଦର ଛକ ଏଵଂ ବେହେରା ଠାରୁ ଛଞ୍ଚାଣ ଵାହାଳି ରୋଡ଼ ଓ ପୂର୍ତ୍ତ ବିଭାଗ ରାସ୍ତା ଠାରୁ ବାଙ୍କିମୁଣ୍ଡା ଦାଵ୍ରିଗୁଡା ତେଣ୍ଡାପାଲି ସିରଲିଗୁଡା ରୋଡ଼ ଏଵଂ ବିଜୁ ଏକ୍ସପ୍ରେସୱେ ଠାରୁ ମଙ୍ଗଳପୁର ସାନପୋଡାଗୁଡା ରୋଡ ମୋଟ ୧୮୬୦.୬୭ ଲକ୍ଷ ଅଟକଳ ବ୍ୟୟରେ ନିର୍ମାଣ ହେବ। ଏହି ସମସ୍ତ ପ୍ରକଳ୍ପ ଦ୍ଵାରା ଅଞ୍ଚଳ ବାସୀ ଙ୍କ ଯାତାୟାତ ସୁବିଧା ହେବା ସହ ଗ୍ରାମୀଣ ମାନଙ୍କ ଉନ୍ନୟନ ଆହୁରି ଗତିଶୀଳ ହେବ ବୋଲି ବିଧାୟକ ସୁଧୀର ପାଟ୍ଟଯୋଷୀ ପ୍ରକାଶ କରିଛନ୍ତି। ଏହି ଭିତ୍ତିପ୍ରସ୍ତର ସ୍ଥାପନ ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ର ସମସ୍ତ ପଦାଧିକାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନା କରିଥିବା ବେଳେ।

ଉକ୍ତ କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର କଳାହାଣ୍ଡି ଜିଲ୍ଲା ସାଧାରଣ ସମ୍ପାଦକ ହିମାଂଶୁ ଶେଖର ପଣ୍ଡା ଓ ଜିଲ୍ଲା ସଂପାଦକ ହେମନ୍ତ କୁମାର ମାଝୀ ସମେତ ଧର୍ମଗଡ଼ ନଗର ମଣ୍ଡଳ ସଭାପତି ସୈାରଭ ମିତ୍ତଳ ସାଧାରଣ ସମ୍ପାଦକ ଘନଶ୍ୟାମ ଭାଟି ଓ ବାଞ୍ଛାନିଧି ଯୋଶୀ ପର୍ଳା ମଣ୍ଡଳ ସଭାପତି ଅଜୟ ମେହେର ସାଧାରଣ ସମ୍ପାଦକ ଅମିତ ବାଗ ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର ଯୁବନେତା ତ୍ରିଲୋକ୍ୟ ଵେଶ୍ରା ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଥିବା ସମୟରେ ବହୁ ଗ୍ରାମବାର ଯୋଗଦେଇଥିଲେ ।




