ମହାମହିମ ରାଷ୍ଟ୍ରପତିଙ୍କ ଯାଜପୁର ଗସ୍ତପାଇଁ ସ୍ବତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା ଓ ଯାନବାହାନ ଚଳାଚଳ କଟକଣା
ବିଞ୍ଝାରପୁର ଆଡୁ ଯେଉଁ ଯାନବାହନଗୁଡିକ କଟକ ଯିବେ, ସେହି ଗାଡ଼ି ସବୁ ରସିକ ଛକରୁ ଅଳକୁଣ୍ଡ, ପ୍ରୀତିପୁର ଭାୟା ରାମବାଗ ଛକରେ ବାହାରି ରିଙ୍ଗ ରୋଡ ଓ ମାଂସାପୋଲ ରାସ୍ତା ଦେଇ ଇ କୁଆଖିଆ ଓ ସଠିପୁର ଯିବୋ ଦୁଇ ଚକିଆ, ତିନି ଚକିଆ ଯାନ ମଙ୍ଗଳା ମନ୍ଦିର ଜାଉଁଳି ଠାରୁ ପ୍ରହରାଜପୁର ଦେଇ ସୁନଦୁରାଇମୁହଁ ରେ ନଦୀବନ୍ଧ ରାସ୍ତାକୁ ପହଞ୍ଚିବେ ।
ସେହିପରି କଟକରୁ ଆସୁଥିବା ଯାନବାହାନ ରିଙ୍ଗ ରୋଡ ଦେଇ ରାମବାଗ ଛକରୁ ପ୍ରୀତିପୁର ଅଳକୁଣ୍ଡ ଦେଇ ବିଞ୍ଝାରପୁର ଯିବେ । ଦୁଇ ଚକିଆ, ତିନି ଚକିଆ ଯାନ ସିନ୍ଦୁରାଇମୁହଁ ମଙ୍ଗଳା ମନ୍ଦିରଠାରୁ ପ୍ରହରାଜପୁର ଦେଇ ମଙ୍ଗଳା ମନ୍ଦିରରେ ପହଞ୍ଚିବେ ।
ସଠିପୁରରୁ ଆସୁଥିବା ଯେଉଁ ଯାନବାହାନ ବିଞ୍ଝାରପୁର ଯିବେ, ସେମାନେ ଡକ୍ ଛକ ଜିଲ୍ଲା ଛକ ରିଙ୍ଗ ରୋଡ ଦେଇ ରାମବାଗ ଛକରୁ ପ୍ରୀତିପୁର ଅଳକୁଣ୍ତ ଦେଇ ବିଞ୍ଝାରପୁର ଯିବେ ।
ଯାଜପୁର ସହରରେ କେଉଁ ଠାରୁ କେଉଁ ଅଞ୍ଚଳ ଛଡାଯିବ ନାହିଁ
ଗରିଆପୁର ଛକରୁ କୌଣସି ଯାନବାହାନ ଯୋଡ଼ିକୂଅ ପଟକୁ ଛଡାଯିବ ନାହିଁ ।
ମହାବୀର ଛକରୁ ଟିଭିଏସ୍ ଛକ ଦେଇ କୌଣସି ଯାନବାହାନ ଯୋଡ଼ିକୂଅ ପଟକୁ ଛଡାଯିବ ନାହିଁ ।
ବିରଜା ମହିଳା କଲେଜ ଛକରୁ କୌଣସି ଯାନବାହାନ କୁସୁମା ପଟକୁ ଛଡାଯିବ ନାହିଁ ।
ମଙ୍ଗଳ ମନ୍ଦିର ଛକରେ ସମସ୍ତ ଗାଡ଼ିକୁ ଅଟକାଇ ଦିଆଯିବା ବିରଜା ହାଇସ୍କୁଲ ଛକରୁ କୌଣସି ଯାନବାହାନ ମନ୍ଦିର ପଟକୁ ଛଡାଯିବ ନାହିଁ।
ସେହିଭଳି ଯୋଡ଼ିକୁଅ ଛକରୁ ବିରଜା ମନ୍ଦିର ପର୍ଯ୍ୟନ୍ତ ଯେତେ ସବୁ ଗଳି ରାସ୍ତା ଅଛି, ସେସବୁ ଗଳିରୁ କୌଣସି ଯାନବାହାନ ମୁଖ୍ୟ ରାସ୍ତାକୁ ବାହାରିବେ ନାହିଁ I ସେମାନେ ସାହିର ଅନ୍ୟ ରାସ୍ତା ବ୍ୟବହାର କରିବେ ।
ବୈଦ୍ୟରାଜପୁର ପୋଲ ଛକରୁ କୌଣସି ଯାନବାହାନ ଅଠରନଳା ଛକକୁ ଛଡାଯିବ ନାହିଁ ।
ଜନସାଧାରଣଙ୍କ ଅବଗତି ନିମନ୍ତେ ପୋଲିସ ପ୍ରଶାସନ ପକ୍ଷରୁ ଏହି ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦିଆଯାଇଛି।



