କାଙ୍କଡପାଳ ସେବା ସମବାୟ ସମିତି ଲିଂର ୪ର୍ଥ ଧାନମଣ୍ଡି
ଢେଙ୍କାନାଳ,୩୦/୧: ସଦର ବ୍ଲକ୍ ଅନ୍ତର୍ଗତ କାଙ୍କଡପାଳ ପଂଚାୟତର କାଙ୍କଡପାଳ ସେବା ସମବାୟ ସମିତି ନିଃ ଦ୍ବାରା ୪ର୍ଥ ଧାନମଣ୍ଡି ଅନୁଷ୍ଠିତ ହୋଇଯାଇଅଛି । ସଭାପତି ରମଣି ରଞ୍ଜନ ଦାସ କହିଛନ୍ତି ଯେ, ଆଖପାଖ ଅଂଚଳର ଚାଷୀମାନଙ୍କ ଠାରୁ ସୁରୁଖୁରୁରେ ଧାନ କିଣାଯାଉଛି । ଆଜି ୭୨୦ ରୁ ୭୬୦ କ୍ୟୁଟାଲ୍ ଧାନ କିଣାଯିବାର ଆଶା ରହିଛି । ଧାନମଣ୍ଡି ଖୋଲିବା ଦ୍ବାରା ଚାଷୀମାନେ ଆନନ୍ଦ ପ୍ରକଟ କରିଛନ୍ତି ।



