ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ ଉପସ୍ଥାପନ କରିବେ । ଲୋକସଭାରେ ବଜେଟ୍ ଉପସ୍ଥାପନ ପରେ ବଜେଟ୍ର କପି ରାଜ୍ୟସଭାରେ ଉପସ୍ଥାପିତ ହେବ । ଏହା ନରେନ୍ଦ୍ର ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ତୃତୀୟ ବଜେଟ୍ ହେବ ।
ବଜେଟ୍ ପ୍ରସ୍ତୁତି ପୂର୍ବରୁ ଅର୍ଥମନ୍ତ୍ରୀ’ ଅର୍ଥନୀତିଜ୍ଞ, ବାଣିଜ୍ୟ ସଂଘ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ର, ଏମ୍.ଏସ୍.ଏମ୍.ଇ., ବାଣିଜ୍ୟ ଏବଂ ଶିଳ୍ପ, ଆର୍ଥିକ କ୍ଷେତ୍ର ଏବଂ ପୁଞ୍ଜି ବଜାରର ବିଶେଷଜ୍ଞ ଓ ପ୍ରତିନିଧିମାନଙ୍କ ସମେତ ବିଭିନ୍ନ ଅଂଶିଦାରମାନଙ୍କ ସହ ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ କରିଥିଲେ ।
କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ, କୃଷି ଏବଂ ଗ୍ରାମୀଣ ବିକାଶ ସହ ଜଡ଼ିତ ବିଭିନ୍ନ ଦିଗ ଉପରେ ମଧ୍ୟ ପ୍ରାକ୍ ବଜେଟ୍ ସଂକ୍ରାନ୍ତ ପରାମର୍ଶ କରିଥିଲେ ।



