
ସେରସୁଆଁତଲ ଶ୍ରୀ ମା ପୂର୍ଣାଙ୍ଗ ଶିକ୍ଷ୍ୟା କେନ୍ଦ୍ର ରେ ବାର୍ଷିକ ଉତ୍ସବ

ସ୍ଥାନ-ସେରସୁଆଁତଲ
ତାରିଖ- ୩୧. ୦୧. ୨୦୨୬
ସମ୍ବଲପୁର ଆଜି ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଲକ କୁକୁଡାପାଲି ପଂଚାୟତ ସେରସୁଆଁତଳ ଠାରେ ଥିବା ଶ୍ରୀମା ପୂର୍ଣ୍ଣାଙ୍ଗ ଶିକ୍ଷକେନ୍ଦ୍ର ର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି | ପ୍ରଥମେ ବିଦ୍ୟାଳୟ ର ରୀତି ନୀତି ଅନୁସାରେ ଶ୍ରୀ ମା ଅରବିନ୍ଦଙ୍କ ପୂଜାର୍ଚ୍ଚନା କରାଯାଇଅଛି | ଏହା ପରେ ମାତୃବନ୍ଦନା ସହ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା |

ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସମ୍ବପୁର କୃଷକ ସଂଗଠନ ମୁଖ୍ୟ ଅଶୋକ ପଧାନ ମୁଖ୍ୟ ବକ୍ତା ଭାବରେ ରମେଶ ଚନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବରେ ମାନେଶ୍ୱର ବ୍ଲକ୍ ଚାଷି ନେତା ଦେବେନ୍ଦ୍ର ପଧାନ ବିଦ୍ୟାଳୟ ର ସଭାପତି ଶ୍ରୀଯୁକ୍ତ ଦୋଳଗୋବିନ୍ଦ ନାୟକ ସଭାପତିତ୍ୱ କରିଥିବା ବେଲେ ସଂପାଦକ ଶ୍ରୀ ରାଜିନ୍ଦ୍ର୍ ପଧାନ ଓ ପ୍ରିନ୍ସିପାଲ ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ | ସଭା କାର୍ଯ୍ୟ ପରେ ପୁରସ୍କାର ବିତରଣ କରାଯାଇ ଥିଲେ ଓ ଶିକ୍ଷାନୁଷ୍ଠାନ ର ଉର୍ତ୍ତୀନ ଛାତ୍ର ଛାତ୍ରୀଙ୍କୁ ମେଡାଲ୍ ପ୍ରମାଣପତ୍ର ପ୍ରଦାନ କରଯାଇଥିଲା |

ତାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯେଉଁଥିରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ବିଭିନ୍ନ ଗୀତ ନାଚ ପରିବେଷଣ କରିଥିଲେ | ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମକର୍ତ୍ତା ଏକାଠି ହୋଇ ସମସ୍ତ କାର୍ଯ୍ୟ ସମାପନ କରିଥିଲେ | ଶେଷରେ ଆୟୋଜନ ଦାଇତ୍ବରେ ଥିବା ପ୍ରଶାନ୍ତ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |





