ରାସ୍ତା ନିର୍ମାଣ ନିମ୍ନ ମାନର
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ମହାଲୁଣ୍ଡା ପଂଚାୟତ ରେ ନିର୍ମାଣ ହେଉଥିବା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ର କାମ,ଯାହାକି କରସାହି ଠାରୁ ଭାୟା କୃଷ୍ଣଚନ୍ଦ୍ରପୁର ଦେଇ ମହାଲୁଣ୍ଡା ପର୍ଯ୍ୟନ୍ତ ପିଚୁ ନିର୍ମାଣ ଅତ୍ୟନ୍ତ ନିମ୍ନ ମାନର ହୋଇଛି, ମାତ୍ର ଛଅ ଦିନ ହୋଇଛି ପିଚୁ ଛେଲା ଛେଲା ହୋଇ ଉପରକୁ ଉଠି ଯାଉଛି.. ଟେଣ୍ଡର ପାଇଲା ପରେ, କୌଣସି ଉପରସ୍ଥ କର୍ମଚାରୀ ଏହାକୁ ତଦାରଖ କରି ନାହାନ୍ତି.. ଫଳରେ ଏହି ରାସ୍ତା ଦେଇ ଯାଉଥିବା ଯାତ୍ରୀ ଓ ଯାନ ବାହାନ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି. ଏହା ଗଣ ମାଧ୍ୟମରେ ପ୍ରଚାର ହେଉଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ.. ବାହାର ର ଠିକାଦାର ପଇସା ଖାଇ ଚାଲିଯିବ, ଦୁଃଖ ଭୋଗିବେ ହିନ୍ଦୋଳବାସୀ ବୋଲି ଗାଁ ଲୋକ କୁହାକୁହି ହେଉଛନ୍ତି..ଏଭଳି ଠକ ଠିକାଦାର କୁ ହିନ୍ଦୋଳ ରେ କେମିତିକାମ କରିବାକୁ ଦିଆଯାଉଛି, ତାହା ପ୍ରଶ୍ନବାଚି..।



