ଏକାଦଶୀ ଉଦ୍ୟାପନ ଉପଲକ୍ଷେ ଜମକିଲା ଅଷ୍ଟ ପ୍ରହର ନାମଯଜ୍ଞ

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅଧିନସ୍ଥ ହାବସପୁର ଠାରେ ଏକାଦଶୀ ଉଦ୍ୟାପନ ଉପଲକ୍ଷେ ଅଷ୍ଟ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା l ଉକ୍ତ ନାମଯଜ୍ଞ ରେ ସାତଗୋଟି ସଂକୀର୍ତନ ଦଳ ଯୋଗଦାନ କରିଥିଲେ । ଏବଂ ହରି ନାମରେ ଦୋହଲି ଉଠୁଥିଲା ଗାଁ ପରିବେଶ। ଝୁମି ଥିଲେ ହଜାର ହଜାର ଭକ୍ତ।ସତ୍ୟନାରାୟଣ ଲହଜଳ ଓ ମାଳତୀ ଲହଜଲ ନାମ ଯଜ୍ଞ ର କର୍ତ୍ତା ଦାୟିତ୍ୟ ତୁଲାଇଥିବାବେଳ ଏକାଦଶୀ କର୍ତ୍ତା ସୋମନାଥ ଲହଜଳ ଓ କୁମୁଦିନୀ ଲହଜଳ ଦାଇତ୍ୟ ତୁଲାଇଥିଲେ l ବେଦବ୍ୟାସ ଲହଜଲ ଆୟୋଜକ କମିଟିର ମୁଖ୍ୟ ଦାଇତ୍ୟ ପରିଚାଳନା କରୁଥିଲେ l ସଭାପତି ଉମାକାନ୍ତ ଗହୀର, ସମ୍ପାଦକ ମୁକ୍ତେଶ୍ଵର ଲହଜଳ, କୋଷାଦକ୍ଷ ଶଶୀମୁଖ ଲହଜଳ ପ୍ରମୁଖ ଗ୍ରାମବାସୀ ନାମଯଜ୍ଞ କୁ ସହଯୋଗ କରିଥିଲେ l
ଉକ୍ତ ନାମ ଯଜ୍ଞ ରେ ହଜାର ହଜାର ସଂଖ୍ୟା ରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳୁଥିଲା।

କଳାହାଣ୍ଡି ଜୁନାଗଡ଼ ରୁ ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।



