ଅନ୍ତର୍ଜାତୀୟ କିକ୍ ବକ୍ସିଂ ଚାମ୍ପିଅନସିପ ପାଇଁ ଖେଳାଳି ଙ୍କ ଦିଲ୍ଲୀ ଯାତ୍ରା
ଢେଙ୍କାନାଳ – ନୁଆଦିଲ୍ଲୀ ର କେ . ଡି . ଯାଦବ ଇଣ୍ଡୋର୍ ଷ୍ଟାଡିୟମ୍ ର ଇନ୍ଦିରା ଗାନ୍ଧୀ ସ୍ପୋର୍ଟସ କମ୍ପ୍ଲେକ୍ସ ରେ ଫେବୃଆରୀ ୦୪ ରୁ ୦୮ ପର୍ଯ୍ୟନ୍ତ ୫ମ ଇଣ୍ଡିଆନ୍ ଓପନ ଅନ୍ତର୍ଜାତୀୟ କପ୍ ୨୦୨୬ ଅନୁଷ୍ଠିତ ହେଉଛି। ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବାପାଇଁ ଢ଼େଙ୍କାନାଳ ଡ଼ାଇମଣ୍ଡ କିକ୍ ବକ୍ସିଂ ଆସୋସିଏସନ୍ ର ୭ ଖେଳାଳି ଓ ୨ କୋଚ୍ ଭାଗ ନେବେ। ତନ୍ମଧ୍ୟ ରୁ ବାଳକ ବିଭାଗ ରେ ଶୁଭଙ୍କର ନାଏକ, ଓମ୍ ପ୍ରସାଦ ଭଞ୍ଜ, ଷୌଭାଗ୍ୟ ରଞ୍ଜନ ବେହେରା ଏଵଂ ବାଳିକା ବିଭାଗରେ ରୋଜାଲିନ ସ୍ୱାଇଁ, ସ୍ମୃତି ଭୋଇ, ମାନସୀ ସାହୁ, ରୂପା ନାଏକ। କୀର୍ତ୍ତି ରାଣୀ ସାହୁ ଓ ମିହିର କୁମାର ସାହୁ ଟିମ୍ କୋଚ ଭାବେ ମଙ୍ଗଳ ବାର ଯାତ୍ରା କରିଛନ୍ତି। ଏହି ଚାମ୍ପିଅନସିପ ପାଇଁ ଦଳର ଖେଳାଳି ମନେ କଠିନ ଅଭ୍ୟାସ କରି ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିବେ। ଢ଼େଙ୍କାନାଳ ଡ଼ାଇମଣ୍ଡ କିକ୍ ବକ୍ସିଂ ଆସୋସିଏସନ୍ ର ସମସ୍ତ ସଦସ୍ୟ ଓ ଜିଲ୍ଲା କ୍ରୀଡା ଅଧିକାରୀ ସୁଦିପ୍ତ କୁମାର ସାହୁ ସମସ୍ତ ଖେଳାଳି ମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।



