ଯୁବଶକ୍ତି କୁ ଆତ୍ମନିର୍ଭର ଓ ସ୍ବାବଲମ୍ବୀ କରିବ ବିକଶିତ ଭାରତର ଏହି ବଜେଟ୍ :
ବ୍ରହ୍ମପୁର, ୩/୨ : ଗତ ଫେବୃଆରୀ ୧ ତାରିଖରେ ଦେଶର ଅର୍ଥ ମନ୍ତ୍ରୀ ନିର୍ମଳା ସିତାରମଣ ଦେଶର ୮୮ତମ ବଜେଟ୍ ଉପସ୍ଥାପନ କରିଛନ୍ତି । ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱର ତୃତୀୟ ଥର ସରକାରର ଏହା ହେଉଛି ଦ୍ୱିତୀୟ ପୂର୍ଣ୍ଣାଙ୍ଗ ବଜେଟ୍ । ଦେଶର ଶିଳ୍ପ,ଉତ୍ପାଦ,ଭିତ୍ତିଭୂମି,ଶିକ୍ଷା , ସ୍ବାସ୍ଥ୍ୟ କ୍ଷେତ୍ରକୁ ଗତି ଦେବ ଏହି ବଜେଟ୍ । ଯୁବ ଶକ୍ତିକୁ ଆତ୍ମନିର୍ଭର କରିବା ପାଇଁ MSME (କ୍ଷୁଦ୍ର ଶିଳ୍ପ) କୁ ୧୦୦୦୦ କୋଟି ଯାହା କି ଯୁବକ ମାନଙ୍କୁ ଯୁବ ଉଦ୍ୟୋଗୀ କରିବାରେ ସଫଳ ହେବ । ABGC (Animation, Visual Effects, Gaming, Comics) ଲାବ୍ ଆଜି ମାଧ୍ୟମରେ ଯେପରି ଯୁବ ବର୍ଗ ଏଵଂ ଛାତ୍ର ଛାତ୍ରୀ ମାନେ କିପରି ଜାଣିପାରିବେ ନୂତନ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ପାରିବେ ସେଥି ନିମନ୍ତେ ୧୫୦୦୦ ମାଧ୍ୟମିକ ବିଦ୍ୟାଳୟ ଓ ୫୦୦ ମହାବିଦ୍ୟାଳୟରେ କଣ୍ଟେଣ୍ଟ କ୍ରିଏଟର ଲବ୍ ପ୍ରତିଷ୍ଠା ହେବ । ପର୍ଯ୍ୟଟନ କ୍ଷେତ୍ରରେ ଯୁବାବର୍ଗକୁ ନିଯୁକ୍ତି ଏଵଂ ସୁଯୋଗ ଦେବା ପାଇଁ National institute of Hospitality ପ୍ରତିଷ୍ଠା କରାଯିବ । ପାରମ୍ପରିକ ଚିକିତ୍ସା କ୍ଷେତ୍ରରେ ଯୁବକ ମାନଙ୍କୁ ଶିକ୍ଷା ସହ ସହଭାଗିତା ନିମନ୍ତେ ଆଗ୍ରାଧିକାର ଭିତ୍ତିରେ ଗବେଷଣା ପାଇଁ ପ୍ରୋତ୍ସାହନ ଦୀଆଯିବ । ମହିଳା ଉଦ୍ୟୋଗୀ ମାର୍ଟ ଯାହା କି ଯୁବତୀ ମାନଙ୍କୁ ଶସକ୍ତ କରିବା ସହ ବ୍ୟାପାର କରିବାକୁ ସାହାଯ୍ୟ କରିବ । ପୂର୍ବଦୋୟ ରାଜ୍ୟରେ ଓଡ଼ିଶାର ଯୁବ ଚାଷୀ ମାନଙ୍କୁ ମାଛ ଚାଷ, କାଜୁ,କିଆଫୁଲ,ନଡ଼ିଆ ଆଦି ଚାଷ କରିବାକୁ ପ୍ରୋତ୍ସାହନ ଦିଆ ଯିବା ଏକ ମାଇଖୁଣ୍ଟ ହେବ । ମେକ ଇନ୍ ଇଣ୍ଡିଆ କୁ ପ୍ରୋତ୍ସାହନ ପାଇଁ ବ୍ୟାଟେରୀ ଚାଳିତ ଗାଡ଼ି,ମୋବାଇଲ,ସୌର ଚଳିତ ସେଲ୍ ରୁ କର କମ୍ କରିବା ଯୁଗାନ୍ତକାରୀ ପଦକ୍ଷେପ । ସ୍ୱାସ୍ଥ୍ୟ କ୍ଷେତ୍ରରେ ୩୬ ଟି ଜୀବନ ରକ୍ଷକ ଔଷଧ ଉପରେ କଷ୍ଟମ ଡ୍ୟୁଟି ଛାଡ଼ କରିବା ନୂତନ ଜୀବନ ଦେବାରେ ସହାୟକ ହେବ । ଓଡ଼ିଶାରେ ଜଳ ପଥ ନିର୍ମାଣ ଏଵଂ ବିରଳ ମୂର୍ତ୍ତିକା କରିଡ଼ର ଯୁବ ବର୍ଗ ମାନଙ୍କୁ ନିଯୁକ୍ତି ଦେବାରେ ସାହାଯ୍ୟ କରିବ ବୋଲି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଏବଂ ମୁଖ୍ୟବୋକ୍ତା ତପନ୍ ଚାନ୍ଦ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ ପାତ୍ର,ବୁଦ୍ଧିଜୀବୀ ତଥା ବିଜେପି ନେତା ଅଜିତ ସାହୁ,ଜିଲ୍ଲା ଯୁବମୋର୍ଚ୍ଚା କାର୍ଯ୍ୟକାରୀ ସଭାପତି ଶିବଶଙ୍କର ନାୟକ,ବିଜେପି ଜିଲ୍ଲା ଉପସଭାପତି ପ୍ରଭାତ କିରଣ ଷଡ଼ଙ୍ଗୀ,ପଦ୍ମ ଚରଣ ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ସିଦ୍ଧାନ୍ତ ଗଙ୍ଗଦେବ,ଗୌରୀ ଶଙ୍କର ସାମନ୍ତରା ପ୍ରମୁଖ ମଞ୍ଚାସୀନ ଥିବାବେଳେ ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ବି ସୋମନାଥ ପାତ୍ର ମଞ୍ଚ ପରିଚାଳନା କରିଥିଲେ ଶେଷରେ ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ବି ରବି ରାଓ ଧନ୍ୟବାଦ ଅର୍ପଣ କରିଥିଲେ । ଏହି “ଯୁବମୋର୍ଚ୍ଚା ବଜେଟ ଯୁବ ସମ୍ମିଳନୀ” କୁ ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ କମଲ ପାତ୍ର, କିଶୋର ସାହୁ,ଡ଼ି ସୁରେଶ ରେଡ୍ଡୀ,କୃଷ୍ଣ ପୋଲାଈ, ସିରିଡ଼ି ବିକ୍ରମ, ଅମର ସାହୁ, ଶୀତଳ ଜେନା,ସୁମିତ ପାତ୍ର, ଶକ୍ତି ପଟ୍ଟନାୟକ,ଆଲୋକ କୁମାର ସାହୁ,ଜି ନାରାୟଣ,ଗୋପୀନାଥ ମହାରଣା,ଚିନ୍ମୟ ରେଡ୍ଡୀ,ରାଧାକୃଷ୍ଣ ପାତ୍ର,ରୋଶନ ଖୁଣ୍ଟିଆ,ସଞ୍ଜୟ କୁମାର ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।



