ତ୍ରୟୋଦଶ ତମ ବାର୍ଷିକୋତ୍ସବ

ଭଟଲି (ଅଭିମନ୍ୟୁ ପଧାନ): ଭଟଲି ବ୍ଳକ ଅନ୍ତର୍ଗତ କଲିଯୋରୀ ସରସ୍ଵତୀ ଶିଶୁ ମନ୍ଦିରର ତ୍ରୟୋଦଶ ତମ ବାର୍ଷିକୋତ୍ସବ ମଙ୍ଗଲବାର ଦିନ ଅନୁଷ୍ଠିତ ହୋଇଯାଇଛି | ସଭାପତି ଜିତେନ୍ଦ୍ରିୟ ଭୋଇ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ଇରାସିସ ଆଚାର୍ଯ୍ୟ ମୁଖ୍ୟଅତିଥି ଭାବରେ ଯୋଗଦେଇ ଥିବା ବେଲେ ମୁଖ୍ୟ ବକ୍ତା ଭାବରେ ରାମଚନ୍ଦ୍ର ଦଣ୍ଡସନା ଯୋଗଦେଇଥିଲେ ।

ସମ୍ମନିତ ଅତିଥି ଭାବ ରେ ସମାଜସେବୀ ଅରୁପାନନ୍ଦ ସାହୁ, ବିଭାଗ ନିରୀକ୍ଷକ ଗୁପ୍ତେଶ୍ଵର ଥନାପତି, ଶିଶୁ ମନ୍ଦିର ସଂମ୍ପାଦକ ପ୍ରମୋଦ କୁମାର ସାହୁ, ପ୍ରଧାନାଚାର୍ଯ୍ୟ ଅଜିତ ଖମାରୀ ଯୋଗଦେଇଥିଲେ | |

ପରେ ବିଭିନ୍ନ ପରୀକ୍ଷା, ସାଂସ୍କୃତିକ ଓ କ୍ରୀଡ଼ା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା |ସଂସ୍କୃତିକ କାର୍ଯ୍ୟକ୍ରମ ବେସ ମନ ମୁଗ୍ଧକର ହୋଇଥିଲା l ଶ୍ରୀଯୁକ୍ତ ଖମାରୀ ଅତିଥି ପରିଚୟ ପ୍ରଦାନ କରି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସଭାପତିଶ୍ରୀ ଭୋଇ ଧନ୍ୟବାଦ ଦେଇଥିଲେ | ସଭା ପରେ ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସମସ୍ତଙ୍କ ପାଇଁ ଅନ୍ନ ପ୍ରସାଦ ର ବ୍ୟବସ୍ତା ମଧ୍ୟ କରାଯାଇ ଥିଲା । ଗୁରୁଜୀ , ଗୁରୁମା ଓ ପରିଚାଳନା କମିଟି କର୍ମକର୍ତ୍ତା ଇତ୍ୟାଦି ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ଉଚ୍ଚ କୋଟିର ହୋଇଥିଲା l




