ଉପଖଣ୍ଡ କ୍ରୀଡା ସଂଘ କପ : ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ : ତୃତୀୟ କ୍ଵାଟର ଫାଇନାଲ ରେ ବରଗଡ଼ ବିଜୟୀ

ବାଲିଗୁଡା ତା, ୦୭/୦୨ :(ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ କ୍ରୀଡା ସଂଘ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ- ୨୦୨୬ ର ଚତୁର୍ଥ ଦିନ ତଥା ତୃତୀୟ କ୍ୱାଟର ଫାଇନାଲ ମ୍ୟାଚ ୟୁଏସସି ଟିମ – ବରଗଡ଼, ଏଫପିଏସଏ ଟିମ -ଜଟଣୀ ର ଆକର୍ଷଣୀୟ ମ୍ୟାଚ ଅନୁଷ୍ଠିତ ହୋଇ ସମୟ ସୀମା ମଧ୍ୟରେ କେହି କାହାରିକୁ ଗୋଲ ଦେବାରେ ଅସମର୍ଥ ହେବାରୁ ପେନାଲଟି ସୁଟ ଆଉଟ ଜରିଆରେ ୪-୨ ଗୋଲ ରେ ବରଗଡ଼ ଦଳ ବିଜୟୀ ହୋଇ ଦ୍ୱିତୀୟ ସେମି ଫାଇନାଲ କୁ ଉନ୍ନୀତ ହୋଇଛି l ଏଥିରେ ଅତିଥି ଭାବେ କନ୍ଧମାଳ ଜିଲ୍ଲା ଏଲ ଆଇ ସି ର ଉନ୍ନୟନ ଅଧିକାରୀ ଦୁର୍ଯ୍ୟୋଧନ ନାୟକ, କୋଟଗଡ ବ୍ଲକ ବିଜେଡି ସଭାପତି ମନୋଜ କୁମାର ସାବତ, ବାଲିଗୁଡା ବ୍ଲକ ବିଜେଡି ସଭାପତି ଅବନୀ କୁମାର ନାୟକ, ନଗର ସଭାପତି ଏମ.ଡି.ସାବେଜ, ଉପଦେଷ୍ଟା ଶେଖ ସାଦିକ, ଉପ ସଭାପତି ସତ୍ୟ ନାରାୟଣ ପାଢ଼ୀ, ସମ୍ପାଦକ ସୁଶାନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ପ୍ରଥମ ସଟ ଦେଇ ଖେଳ କୁ ଉଦଘାଟନ କରିଥିଲେ l

ଏଥିରେ ମ୍ୟାନ ଅଫ ଦି ମ୍ୟାଚ ଭାବେ ବରଗଡ଼ ଦଳର ଖେଳାଳୀ ରାହୁଲ ଙ୍କୁ ଘୋଷଣା କରାଯାଇଥିଲା l ଶନିବାର ର ଏହି ଖେଳ କୁ ମୁଖ୍ୟ ରେଫେରୀ ଭାବେ ଏମ.ଡି. ଶେଖ ଉଦିନ, ବିଶ୍ଵନାଥ କହଁର, ଶମ୍ଭୁ ନାଥ କହଁର, ଓ କାମାକ୍ଷା ପ୍ରସାଦ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଖେଳ ପରିଚାଳନା କରିଥିଲେ l ୮ ତାରିଖ ପଞ୍ଚମ ଦିନର ଚତୁର୍ଥ କ୍ୱାଟର ଫାଇନାଲ ମ୍ୟାଚ ଜଗା ଯୁନାଇଟେଡ଼- ଭୁବନେଶ୍ୱର, ଜେ.ଡି. କ୍ଲବ-ଫୁଲବାଣୀ ମଧ୍ୟରେ ଆକର୍ଷଣୀୟ ମ୍ୟାଚ ଅନୁଷ୍ଠିତ ହେବ l ଏହି ରାଜ୍ୟ ସ୍ତରୀୟ ମ୍ୟାଚ ଚଳିତ ମାସ ୧୧ ତାରିଖ ପର୍ଯ୍ୟନ୍ତ ଆୟୋଜନ ହେଉଥିବା ବେଳେ ଏଥିରେ ରାଜ୍ୟର ବଛାବଛା ଫୁଟବଲ ଟିମ ଅଂଶ ଗ୍ରହଣ କରୁଛନ୍ତି l ସେଥି ମଧ୍ୟରେ ୧୦ ତାରିଖ ଦିନ ସବୁଠାରୁ ବିଶେଷ ଆକର୍ଷଣ ମହିଳା ଫୁଟବଲ ମ୍ୟାଚ ବରଗଡ଼ ସହ ଭୁବନେଶ୍ୱର ମଧ୍ୟରେ ଆୟୋଜିତ ହେବ l ୧୧ ତାରିଖ ଫାଇନାଲ ତଥା ଉଦଯାପନୀ ଉତ୍ସବରେ ରାଜ୍ୟର ବହୁ ଗଣ୍ୟମାନ୍ୟ ଜନ ପ୍ରତିନିଧି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପ୍ରତିଦିନ ର ମ୍ୟାଚ ଅପରାହ୍ନ ୨ଟା ୩୦ମି. ରେ ଆରମ୍ଭ ହେବାକୁ ଥିବା ବେଳେ ସେମିଫାଇନାଲ ଓ ଫାଇନାଲ ମ୍ୟାଚ ଅପରାହ୍ନ ୨ଘଣ୍ଟ ରେ ଆରମ୍ଭ କରାଯିବା ପାଇଁ ସ୍ଥିର କରାଯାଇଛି l ଏଥିରେ ଉପଦେଷ୍ଟା ମଣ୍ଡଳୀ ର ଦେବବ୍ରତ ସିଂ ଦେଓ, ସୁରେନ୍ଦ୍ର କୁମାର ପାତ୍ର, ଯୁଗ୍ମ ସମ୍ପାଦକ ମାନସ ରଞ୍ଜନ ଆଚାର୍ଯ୍ୟ ଓ କୋଷାଧ୍ୟକ୍ଷ ରଞ୍ଜିତ କୁମାର ମହାନ୍ତି, କ୍ରୀଡା ସମ୍ପାଦକ ଶିବାନନ୍ଦ ପଟ୍ଟନାୟକ,ଗଙ୍ଗାଧର ପଣ୍ଡା, ପ୍ରଶାନ୍ତ କୁମାର ସାହୁ, କ୍ରୀଡା ଆୟୋଜକ ଉପଦେଷ୍ଟା ମଣ୍ଡଳୀ ର ସମସ୍ତ ସଦସ୍ୟ ଖେଳ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ l


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-08-07_08-23-42-513.jpg)

