ବଡପଣ୍ଡା ସାହିରେ ୩୬ତମ ଅଷ୍ଟପ୍ରହର
ଢେଙ୍କାନାଳ ସହରସ୍ଥିତ ବଡପଣ୍ଡାସାହିରେ ୩୬ତମ ଅଷ୍ଟପ୍ରହର ନାମଯଜ୍ଞ ପାଳିତ ହୋଇଯାଅଛି । ଗତ ୬ ତାରିଖରେ କଳସଯାତ୍ରା କରାଯାଇ କୁଞ୍ଜରେ ରାଧାକୃଷ୍ଣ ଫଟୋଚିତ୍ର ସ୍ଥାପନ କରାଯାଇ ଅଖଣ୍ଡଦୀପ ସ୍ଥାପନ ଓ ଅଧିବାସ ପୂଜା କରାଯାଇଥିଲା । ଅଦ୍ୟ ଆଖପାଖ ଅଂଚଳର ୧୨ ଦଳ ସଂକୀର୍ତନ ମଣ୍ଡଳୀ ଦ୍ବାରା ଅଂଚଳ ନାମଧ୍ଵନୀରେ ପ୍ରକମ୍ପିତ ହୋଇଥିଲା । ସଂଧ୍ୟା ଆଳତି ସହିତ କୁଞ୍ଜରେ ବିଭିନ୍ନ ଭୋଗ ଲାଗି କରାଯାଇଥିଲା । ସଂଧ୍ୟାରେ ଭକ୍ତମାନେ ପ୍ରସାଦସେବନ କରିଥିଲେ । ଆସନ୍ତା ୮ ତାରିଖରେ ବୈଠକ କୀର୍ତନ, ନଗର ଭ୍ରମଣ ଓ ଦାଧିହାଣ୍ଡି ଭଗ୍ନ ଅନୁଷ୍ଠିତ ହେବ । ପୂଜକ ରଘୁନାଥ ଦାସ, କର୍ତା ଯଶୋବନ୍ତ ଦାସ ସମସ୍ତ ପୂଜାକୁ ସମ୍ପାଦନ କରିଥିଲେ । ବଡପଣ୍ଡା ସାହିର ସମସ୍ତ ବାସୀନ୍ଦା ଏହି ଅଷ୍ଟପ୍ରହର ନାମଯଜ୍ଞକୁ ସଫଳ କରିବାକୁ ସାହାଯ୍ୟ କରିଥିଲେ ।



