ରାଉରକେଲା: ନିଜକୁ ନିଜେ ଗୁଳିକଲେ ସିଆରପିଏଫ୍ ଯବାନ। ଏଭଳି ଘଟଣା ଦେଖିବାକୁ ମିଳିଛି ରାଉରକେଲା ଲାଠିକଟା ଥାନା ମାଟକଝରଣ ଗାଁରେ। ଜଣେ ସିଆରପିଏଫ୍ ଯବାନ ନିଜେ ନିଜ ବନ୍ଧୁକରୁ ଗୁଳି କରିଛନ୍ତି। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ମୃତ ସିଆରପିଏଫ୍ ଯବାନ ଜଣକ ସୁବାସ ପ୍ରସାଦ ବୋଲି ଜଣାପଡିଛି ।



