ଭଟଲି ଵ୍ଳକ ରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି

ଭଟଲିରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି
ଭଟଲି (ଅଭିମନ୍ୟୁ ପଧାନ): ଭଟଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ସୋମବାର ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଓ ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ମିଳିତ ଅଧ୍ୟକ୍ଷତାରେ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ସମେତ ଉପଜିଲ୍ଲାପାଳ ପ୍ରସନ୍ନ ପାଣ୍ଡେ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଲାଟ ଲୁହା, ସିଡିଏମ୍ଓ ଡା. କୁବେର ଚନ୍ଦ୍ର ମହନ୍ତ, ପଞ୍ଚାୟତ ସମିତି ଅଧ୍ୟକ୍ଷ ନିତ୍ୟାନନ୍ଦ ପଧାନ, ବିଡିଓ ପ୍ରମୋଦ ଚନ୍ଦ୍ର ମେହେର, ତହସିଲଦାର ରାମକୃଷ୍ଣ ମିଶ୍ର ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ ।

ଶିବିରରେ ଜଳସେଚନ, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳଯୋଗାଣ, ରାସନ କାର୍ଡ, ବାର୍ଦ୍ଧକ୍ୟ ଏବଂ ବିକଳାଙ୍ଗ ଭତ୍ତା, ରାସ୍ତା ନିର୍ମାଣ, କୃଷି, ନିର୍ମାଣ ଶ୍ରମିକ କାର୍ଡ ଆଦି ସମସ୍ୟା ଆଧାରିତ ସମୁଦାୟ ୫୦ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା । ସେଥିମଧ୍ୟରୁ ୩୫ଟି ବ୍ୟକ୍ତିଗତ ଓ ୧୫ଟି ସାମୂହିକ ଅଭିଯୋଗଗୁଡ଼ିକର ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏଡିଇଓ ସରୋଜ ହୁଏ, ଏବିଇଓ ରୀତାରାଣି ତ୍ରିପାଠୀ, ଗୋଷ୍ଠୀ କୃଷି ଅଧିକାରୀ ଦେବାଶିଷ ଖମାରୀ, ଅତିରିକ୍ତ ଉଦ୍ୟାନ କୃଷି ଅଧିକାରୀ ଭାବେଶ ଦଳେଇ, ଯୋଗାଣ ନିରୀକ୍ଷକ ଶାନ୍ତାକାର ପଧାନ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ପ୍ରଣବ ପ୍ରକାଶ ପାଣିଗ୍ରାହୀ, ଆଇସିଡିଏସ୍ ସୁପରଭାଇଜର୍ର ଅନିତା ପୁରୋହିତଙ୍କ ସମେତ ଜିଲ୍ଲା ଏବଂ ବ୍ଲକସ୍ତରୀୟ ସମସ୍ତ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ। ମନିଷ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶିବିର ପରିଚାଳନାରେ ଥାନାଧିକାରୀ ବିଭୂତି ଭୂଷଣ ବଳେଇ, ଏବିଡିଓ ଜ୍ୟୋତ୍ସ୍ନାରାଣୀ ଗଡ଼ତିଆ, ସାମାଜିକ ସୁରକ୍ଷା ଅଧିକାରୀ ଆଶିଷ ନାଏକ, ବ୍ଳକ କମ୍ପ୍ୟୁଟର କାର୍ଯ୍ୟକ୍ରମ ମୁଖ୍ୟ ଗିରିଧାରୀ ଭୋଇ, ଅଂଶୁକୁମାର ସାହୁ, ସରୋଜ ପାତ୍ର, ରଜତ ମେହେର ତଥା ବ୍ଳକ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।




