ହାତୀ ଆକ୍ରମଣରେ ମୃତକଙ୍କ ପରିବାରଙ୍କୁ ଭେଟିଲା ଆପ୍, ମାଗଣା ଗ୍ୟାସ ଓ ଅନୁକମ୍ପା ମୂଳକ ସହାୟତା ରାଶୀ ପ୍ରଦାନ ପାଇଁ ଦାବି, ଏବଂ ଜିଲ୍ଲା ହସ୍ପିଟାଲରେ ଗୁରୁତର ଆହତଙ୍କୁ ଭେଟିଲେ
ଢେଙ୍କାନାଳ : ସଦର ବ୍ଲକ ଲୋଚାପଲ୍ଲୀ ଗ୍ରାମରେ ହାତୀ ଆକ୍ରମଣରେ ମୃତକଙ୍କ ପରିବାରଙ୍କୁ ଭେଟି ସମବେଦନା ଜ୍ଞାପନ କଲେ ଆପ୍ ର କର୍ମକର୍ତ୍ତା ମାନେ, ଅନୁକମ୍ପା ମୂଳକ ସହାୟତା ରାଶୀ ପ୍ରଦାନ ପାଇଁ ଦାବି, ଏବଂ ଗୁରୁତର ଆହତ ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭେଟି ସେମାନଙ୍କ ଆରୋଗ୍ୟ କାମନା କରିଥିଲେ। ପ୍ରକାଶ ଥାଉକି, ଗତ ମଙ୍ଗଳବାର ପୂର୍ବାହ୍ନରେ ସଦର ରେଞ୍ଜ କାଇମାଟି ପଞ୍ଚାୟତ ଲୋଚାପଲ୍ଲୀ ଗ୍ରାମର ଆଦିବାସୀ ମହିଳା ମାନେ ନିକଟସ୍ଥ ପାଟପୁରୀ ତଳିଆ ଜଙ୍ଗଲରୁ ଫୁରିକାଠ ଆଣିବାପାଇଁ ଯାଇ ସେଠାରେ ଗୋଟିକିଆ ହାତୀର ସାମ୍ନାସାମ୍ନୀ ହୋଇଥିଲେ। ହାତୀ ଥିବା ନେଇ ଗ୍ରାମର ଲୋକଙ୍କୁ ବନ ବିଭାଗ କୌଣସି ସୂଚନା ଦେଇନଥିଲା। ମହିଳା ମାନେ ଦୌଡ଼ି ପଳାଇବାପାଇଁ ଚେଷ୍ଟା କରିଥିଲେହେଁ ହାତୀ ୩ ଜଣଙ୍କୁ ମାରିଦେଇଥିବା ବେଳେ ଆଉ ୩ ଜଣ ଗୁରୁତର ଆହତ ହୋଇ ଅନ୍ୟ ସାମାନ୍ୟ ଆହତ ମାନଙ୍କ ସହିତ ଗ୍ରାମକୁ ଫେରି ଆସିଥିଲେ। ତଥ୍ୟ ଅନୁସାରେ ଏହି ଘଟଣା ଜଙ୍ଗଲ ଭିତରେ ଘଟିଛି ଏବଂ ହାତୀ ଯୋଗୁଁହିଁ ୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୩ ଜଣ ଗୁରୁତର ହୋଇଛନ୍ତି। କିନ୍ତୁ ବନ ବିଭାଗ ଆରୋପ ଲଗାଉଛନ୍ତି ଏହା ସଡ଼କ ଦୁର୍ଘଟଣା। ବନ ବିଭାଗ ଏପରି କହିବା ହାସ୍ୟାସ୍ପଦ। ପୂର୍ବରୁ କେନ୍ଦ୍ର ବିଜେପି ସରକାର ଗରିବ ମାନଙ୍କୁ ମାଗଣା ଗ୍ୟାସ ଦେଉଥିବା ଯୋଜନାରେ ଏହି ଗରିବ ଆଦିବାସୀ ପରିବାରଙ୍କୁ ଗ୍ୟାସ ଯୋଗାଇ ଦିଆଯାଉ ଏବଂ ସରକାରଙ୍କ ନିୟମ ଅନୁଯାଇ ତୁରନ୍ତ ଅନୁକମ୍ପାମୂଳକ ଅର୍ଥରାଶୀ ମୃତଙ୍କ ପରିବାରଙ୍କୁ ଓ ଆହତ ମାନଙ୍କୁ ପ୍ରଦାନ କରିବାପାଇଁ ଆମ୍ ଆଦମୀ ପାର୍ଟି ଦାବି କରୁଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ଅନିଲ ସାମଲ, ସଦର ନିର୍ବାଚନ ମଣ୍ଡଳୀ ସଭାପତି ଚିତ୍ତରଞ୍ଜନ ପାଣି, ନଗର ସଭାପତି ଦେବାଶିଷ ନନ୍ଦ, ଉପସଭାପତି ବିଜୟ କୁମାର ଦାସ, ବରିଷ୍ଠ ସଦସ୍ୟ ଯୁଧିଷ୍ଠିର ଦାସ, ପିତାମ୍ବର ସାମନ୍ତରାୟ ଓ ବ୍ରହ୍ମାନନ୍ଦ ନାଏକ ସହଯୋଗ କରିଥିଲେ।



