ରେଳଧାରଣା ପାର୍ କଲେ ଚାରି ଟିକିଆ ହାତୀପଲ, ହାତୀଙ୍କ ପାଇଁ ଅଟକିଲା ମାଲବାହି ଟ୍ରେନ।

କେନ୍ଦୁଝର ଜିଲ୍ଲା ଯୋଡ଼ା-ଚମ୍ପୁଆ ରେଞ୍ଜ ଅଞ୍ଚଳରେ ଆଜି ଏକ ଅଭୂତପୂର୍ବ ଘଟଣା ଘଟିଛି। ବାମେବାରି ଥାନା ନମିରା ନିକଟସ୍ତ ବେଡ଼ାବନ୍ଧା (ବେଡା ବନ୍ଧ) ନିକଟରେ ଏକ ମାଲବାହୀ ଟ୍ରେନ୍ ଯାଉଥିବା ସମୟରେ ଟ୍ରାକ ନିକଟରେ ଚାରିଟି୪ଟି ଜଙ୍ଗଲି ହାତୀ ଥିବା ଟ୍ରେନ ଚାଳକକୁ ସୂଚନା ଦିଆଯାଇଥିଲା ଯାହାଦ୍ୱାରା ଚାଳକ ଟ୍ରେନ ଟିକୁ ଅଟକାଇ ଥିଲେ ।ସ୍ଥାନୀୟ ସୂତ୍ରରୁ ଜଣାପଡ଼ିଛି ଯେ, ଏହି ୪ଟିକିଆ ହାତୀ ପଲ (ସମ୍ଭବତଃ ଚମ୍ପୁଆ ରେଞ୍ଜର ପରିଚିତ ହାତୀ ପଲର ଏକ ଅଂଶ) ହୋଇଥିବା ଅନୁମାନ କରାଯାଉଛି।ରେଳ ଲାଇନ୍ ଉପରେ ଅତିକ୍ରମ କରୁଥିବା ବେଳେ ଟ୍ରେନ୍ କୁ ଚାଳକ ଟ୍ରେନ୍ କୁ ପାଖାପାଖି ଦୁଇଶହ ମିଟର ପୂର୍ବରୁ ଅଟାଇଦେଇଥିଲେ, ଯାହାଦ୍ୱାରା ହାତୀମାନେ ଧୀରେ ଧୀରେ ଟ୍ରାକ୍ ପାର ହୋଇ ଜଙ୍ଗଲ ଆଡ଼କୁ ଯାଇଥିଲେ, ଯାହାଦ୍ୱାରା କୌଣସି ପ୍ରକାରର ଦୁର୍ଘଟଣା ହୋଇନଥିଲା। ଏହି ହାତୀ ପଲଙ୍କ ମଧ୍ୟରେ ଦୁଇଟି ହାତୀ ଥିବା ବେଳେ ଦୁଇଟି ଛୁଆ ହାତୀ ରହିଥିବା ନେଇ ସୂଚନା।ଏହି ଘଟଣା ପରେ ବନବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କୁ ନିରାପଦରେ ଜଙ୍ଗଲ ଭିତରକୁ ଫେରାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ବନବିଭାଗ ଅଧିକାରୀମାନେ କହିଛନ୍ତି ଯେ, ଏହି ଅଞ୍ଚଳରେ ହାତୀ କରିଡର ଥିବାରୁ ଏପରି ଘଟଣା ପୂର୍ବରୁ ମଧ୍ୟ ଘଟିଛି, କିନ୍ତୁ ଆଜିର ଘଟଣାରେ ଟ୍ରେନ୍ ଚାଳକ ଓ ରେଳ କର୍ମଚାରୀଙ୍କ ସତର୍କତା ଯୋଗୁ ବଡ଼ ଦୁର୍ଘଟଣା ଏଡ଼ାଇ ଯାଇଛି।ଚମ୍ପୁଆ ରେଞ୍ଜରେ ବର୍ତ୍ତମାନ ବିଭିନ୍ନ ସମୟରେ ୨୦ରୁ ଅଧିକ ହାତୀ ପଲ ସକ୍ରିୟ ରହିଛନ୍ତି, ଯାହା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି। ବନବିଭାଗ ପକ୍ଷରୁ ଗ୍ରାମବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ଏବଂ ହାତୀଙ୍କୁ ନିରାପଦରେ ଫେରାଇବା ପାଇଁ ନିୟମିତ ମନିଟରିଂ ଜାରି ରହିଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



