ଭାରସାମ୍ୟ ହରାଇ ଓଲଟିଲା ବିଲାତି ବୋଝେଇ ପିକପ୍ ଭ୍ୟାନ
ବଡ଼ବିଲ:କେନ୍ଦୁଝର ଜିଲ୍ଲା ଖଣିଜ କ୍ଷେତ୍ର ତଥା ବଡ଼ବିଲ ସଂଲଗ୍ନ ବଲାଣି ଥାନା ଅନ୍ତର୍ଗତ ରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ଏକ ବିଲାତି ବୋଝେଇ ପିକଅପ ଗାଡ଼ି। ଯାହାକି ସୂଚନା ରହିଛି ଆଜି ସକାଳୁ ସକାଳୁ ଭାରସାମ୍ୟ ହରାଇ ଏକ ବିଲାତି ବୋଝେଇ ପିକୋପ୍ ଭ୍ୟାନ ଗାଡ଼ି ଦୁରଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି। କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଳକ ବଲାଣି ଥାନା ଅନ୍ତର୍ଗତ ସେଲ୍ ଲୌହ ଖଣିର ଲୋଡ଼ିଂ ପ୍ଲାଣ୍ଟ ନିକଟରେ ଭାରସାମ୍ୟ ହରାଇ ବିଲାତି ବୋଝେଇ ପିକୋପ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହେଇଛି। ତେବେ ଉକ୍ତ ଗାଡ଼ିଟି ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟର ମନହର ପୁର ଅଞ୍ଚଳରୁ ବିଲାତି ବୋଝେଇ କରି ବଡବିଲ ଅଭିମୁଖେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ତେବେ ଡ୍ରାଇଭର ଜଣକ ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଥିବା ନେଇ ସୂଚନା। ଖବର ପାଇ ବଲାଣି ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିବା ବେଳେ ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରିଥିବା ନେଇ ସୂଚନା। କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



