ବିଦ୍ୟାଳୟ ପି.ଏମ୍.ଶ୍ରୀ ବାର୍ଷିକ କ୍ରୀଡା ଉତ୍ସବ ଉଦ୍ଯାପନୀ ଉତ୍ସବ

ଢେଙ୍କାନାଳ ପି. ଏମ୍.ଶ୍ରୀ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ, ତା’ର ବାର୍ଷିକ କ୍ରୀଡା ଉଦ୍ଯାପନୀ ଉତ୍ସବ ଢେଙ୍କାନାଳ ଷ୍ଟାଡିୟମ୍ ପ୍ରାଙ୍ଗଣରେ ଖୁବ୍ ଆକର୍ଷଣୀୟ ଭାବରେ ପାଳନ କରିଛି । ଏହି ଉତ୍ସବରେ ଢେଙ୍କାନାଳ ପୌରପାଳିକାର ଅଧ୍ଯକ୍ଷା ଜୟନ୍ତୀ ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଢେଙ୍କାନାଳ ପୌରପରିଷଦର ୱାର୍ଡ ନଂ-୧୧ର କାଉନ୍ସିଲର ଲକ୍ଷ୍ମୀପ୍ରିୟା ଦଳେଇ ଯୋଗଦାନ କରିଥିଲେ । ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ମିନତୀ ଦେହୁରୀଙ୍କର ସଭାପତିତ୍ୱରେ ଅପରାହ୍ନ ୨ ଘଟିକା ସମୟରେ ଏକ ସଭାର ଆୟୋଜନ କରାଯାଇଥିଲା । ଉପସ୍ଥିତ ଅତିଥିମାନେ ପିଲାମାନଙ୍କୁ ଜୀବନରେ କ୍ରୀଡାର ଆବଶ୍ୟକତା ସମ୍ପର୍କରେ ବୁଝାଇଥିଲେ ଓ ଭବିଷ୍ୟତ ଜୀବନରେ ଏହାକୁ ପେଷା କରି ଜୀବନ ଗଠନ କରିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟାନ୍ୟ ସମ୍ମାନିତ ଅତିଥୁମାନଙ୍କ ମଧ୍ୟରେ ଉପସ୍ଥିତ ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ସନ୍ତୋଷ କୁମାର ପରିଡା ଓ ସପ୍ତଶଯ୍ୟା ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଉମେଶ ଚନ୍ଦ୍ର ଦାସ । ବିଦ୍ୟାଳୟ କ୍ରୀଡା ଶିକ୍ଷୟିତ୍ରୀ ଜୟନ୍ତୀ ବେହେରାଙ୍କ ନେତୃତ୍ବରେ କାର୍ଯ୍ୟକ୍ରମଟି ପରିଚାଳିତ ହୋଇଥିଲା । ଏହି ଉତ୍ସବରେ ଅନ୍ୟାନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ପ୍ରଚେଷ୍ଟା, ସହଯୋଗରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଆୟୋଜନ କରାଯାଇ ସଫଳ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯିବା ସଙ୍ଗେ ସଙ୍ଗେ ସେମାନଙ୍କର ଉତ୍କଳ ଭବିଷ୍ୟତ ପାଇଁ ମାର୍ଗଦର୍ଶନ କରାଯାଇଥିଲା । ଶେଷରେ ଅତିଥିଙ୍କ ଦ୍ବାରା ବାର୍ଷିକ କ୍ରୀଡା ଉତ୍ସବର ଧ୍ଵଜା ଅବତରଣ କରାଯାଇଥିଲା । ସସସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସାଫଲ୍ୟମଣ୍ଡିତ ହୋଇପାରିଥିଲା ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-29.jpg)
