କଳିଙ୍ଗନଗର କ୍ରିକେଟକ୍ଳବ୍ କବିର୍ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଚମ୍ପିୟାନ ।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ୱାର୍ଡ଼ ନମ୍ବର୍ ପନ୍ଦର କିରିବୁରୁଛକ ନିକଟରେ ଥିବା ପ୍ରାଥମିକ ବିଦ୍ୟାଳୟ ନିକଟସ୍ତ ଖେଳପଡିଆ ଠାରେ କବିର୍ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ତୃତୀୟ ସଂସ୍କରଣ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟକୁ ସ୍ୱର୍ଗତ କବିର୍ ନାଗ ଚୌଧୁରୀଙ୍କ ସ୍ମୁର୍ତିରେ କଲ୍ୟାଣଜ୍ୟୋତି କ୍ରିକେଟ୍ କ୍ଳବ୍ ପକ୍ଷରୁ କ୍ରମାଗତ ଭାବେ ତୃତୀୟ ବର୍ଷ ହେଲା ଆୟୋଜିତ ହୋଇ ଆସୁଛି ।

ଏହି ଟୁର୍ଣ୍ଣାମେଣ୍ଟର ଆଉଏକ ବିଶେଷତ୍ଵ ହେଲା ଏହି ଟୁର୍ଣ୍ଣାମେଣ୍ଟ ଏହି ଖେଳ ପଡିଆ ଠାରେ ପ୍ରତ୍ୟେକ ଦିନ ମର୍ଣିଂୱାକ ପାଇଁ ଆସୁଥିବା ବାୟୋଜେଷ୍ଟ ବ୍ୟକ୍ତିଙ୍କ କରକମଳରେ କବିରଙ୍କ ଫୋଟାଚିତ୍ରରେ ଧୂପ ଦୀପ ପ୍ରଜ୍ବଳନ ଓ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଏବଂ ରାଷ୍ଟ୍ରଗାନ କରାଯିବା ପରେ ଦୁଇମିନିଟ ପାଇଁ ସ୍ୱର୍ଗତ କବିର ଙ୍କ ପାଇଁ ନୀରବ ପ୍ରାର୍ଥନା ପରେ ଖେଳର ଶୁଭାରମ୍ଭ କରାଯାଇଥିବା ଦେଖିବାକୁ ମିଳିଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୪ଟି ଲିଗ୍ ମ୍ୟାଚ୍ ଖେଳାଯାଇଥିବା ବେଳେ ଦୁଇଟି ସେମିଫାଇନାଲ ମ୍ୟାଚ ଖେଳା ଯାଇଥିଲା ଏହି ସମସ୍ତ ମ୍ୟାଚ୍ ରେ ଛକା ଓ ଚୌକାର ବର୍ଷା ହୋଇଥିଲା ଯାହାକୁ ଶତାଧିକ ସଂଖ୍ୟାରେ ଉପସ୍ଥିତ ଦର୍ଶକ ଓ ଖେଳ ପ୍ରେମୀ ମାନେ ଖୁବ୍ ଉପଭୋଗ କରିଥିଲେ। ଏବଂ ଗୋଟିଏ ପ୍ରଦର୍ଶନୀ ମ୍ୟାଚ୍ ବଡ଼ବିଲ ପୋଲିସ୍ ପ୍ରଶାସନ ଓ ମାଇନିଙ୍ଗ ଏକାଦଶ ମଧ୍ୟରେ ଖେଳାଯାଇଥିଲା, ଯେଉଁଥିରେ ମାଇନିଙ୍ଗ ଏକାଦଶ ବିଜୟୀ ହୋଇଥିଲା। ଆଜିର ଫାଇନାଲ ମ୍ୟାଚ ମା ତାରିଣୀ କ୍ରିକେଟ୍ କ୍ଳବ୍ ଠାକୁରାଣୀ ଓ କଳିଙ୍ଗନଗର କ୍ରିକେଟ୍ କ୍ଳବ୍ ମଧ୍ୟରେ ହୋଇଥିଲା। ଏହି ଉତ୍କଣ୍ଠା ପୂର୍ଣ୍ଣ ଫାଇନାଲ ମ୍ୟାଚରେ ଦସ ଓଭର୍ ରେ ଠାକୁରାଣୀ ଇଲେଭେନ୍ ୧୦୫ରନ୍ ର ବିଜୟ ଲକ୍ଷ ଧାର୍ଯ୍ୟ କରିଥିଲା ଯାହାକୁ କଳିଙ୍ଗ ନଗର କ୍ରିକେଟ୍ କ୍ଳବ୍ ଅତି ସହଜରେ ହାସଲ କରିନେଇଥିଲେ। ଆଜିର ଏହି ଫାଇନାଲ ମ୍ୟାଚରେ ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ନାଥ ପିଙ୍ଗୁଆ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରିତ ହୋଇଥିଲେ ଓ ତାଙ୍କ ସହ କେନ୍ଦୁଝର ଜିଲ୍ଲା ସାଂସଦଙ୍କ ବଡ଼ବିଲ ପୌରାଞ୍ଚଳ ପ୍ରତିନିଧି ନୀଳମଣି ମହାନ୍ତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ବିଜୟୀ ଦଳକୁ ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଟ୍ରଫି ସହ ଦଶ ହଜାର ଟଙ୍କାର ଚେକ୍ ପୁରସ୍କାର ରାଶି ପ୍ରଦାନ କରିବା ସହ ରନର୍ସଫ୍ ଦଳକୁ ଟ୍ରଫି ସହ ନଗଦ ପାଞ୍ଚହଜାର ଟଙ୍କାର ଚେକ୍ ପୁରସ୍କାର ରାଶି ସ୍ୱରୂପ ପ୍ରଦାନ କରିଥିଲେ ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



